ସମଲିଂଗୀ ସମ୍ପର୍କ ଓ ଆତ୍ମହତ୍ୟା ଘଟଣାରେ ମୃତଛାତ୍ରୀଙ୍କ ପାର୍ଟନର ଛାତ୍ରୀ ଗିରଫ
3/10/2018 at 4:58 PM

ନୀଳଗିରି ୩|୧୦: ନୀଳଗିରି ମହିଳା କଲେଜ ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଲେଜର ଆଉଜଣେ ଛାତ୍ରୀକୁ ପୋଲିସ ଗିରଫ କରିଛି। ଏହି ଆତ୍ମହତ୍ୟା ପଛର କାରଣ ସମଲିଂଗୀ ସମ୍ପର୍କ ଏବଂ ସମ୍ପର୍କରେ ଧୋକା ବୋଲି ପୋଲିସ ପ୍ରଥାମିକ ଦଦନ୍ତରୁ ଜାଣିବାକୁ ପାଇଛି ।ଗରଫ ହୋଇଥିବା ଛାତ୍ରୀ ଓ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ମଧ୍ୟରେ ସମଲିଂଗୀ ସମ୍ପର୍କ ରହିଥିଲା । ମୃତ ଛାତ୍ରୀ ଗିରଫ ହୋଇଥିବା ଛାତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ।କିନ୍ତୁ ଏହା ସମ୍ଭବ ନହେବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୁଇସାଇଡ ନୋଟ୍ ରେ ମୃତ ଛାତ୍ରୀ ତାଙ୍କ ଅସଫଳ ସମଲିଂଗୀ ସମ୍ପର୍କର ଇତିକଥା ଲେଖିଛନ୍ତି।
ସମଲିଙ୍ଗି ସଂପର୍କ ପାପ ନୁହେଁ । ପୁରୁଣା ଆଇନକୁ ରଦ୍ଦ କରି ନିକଟରେ ସୁପ୍ରିମକୋର୍ଟ ସମଲିଙ୍ଗି ସଂପର୍କକୁ ଦେଇଛନ୍ତି ସବୁଜ ସଂଙ୍କେତ । କିନ୍ତୁ ସେଇ ସମଲିଙ୍ଗି ସଂପର୍କ ପାଇଁ ବାଲେଶ୍ବର ନୀଳଗିରିର ଜଣେ ଛାତ୍ରୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ନୀଳଗିରି ମହିଳା କଲେଜ ପରିସରେ ଥିବା ହଷ୍ଟେଲରେ ବେକରେ ଓଢଣୀ ଟାଣି ଫ୍ୟାନରେ ଝୁଲି ପଡିଛନ୍ତି ଛାତ୍ରୀ ଜଣକ । ମୃତ ଛାତ୍ରୀଙ୍କ ଘର ବାଲିଆପାଳ ବାସୁଳିଡିଗା ଗାଁରେ ।
ପୋଲିସ ସୂଚନା ଅନୁଯାୟୀ ବେଶ୍ କିଛି ଦିନ ହେଲା ମୃତ ଛାତ୍ରୀ ଜଣକ ଗିରଫ ଛାତ୍ରୀଙ୍କ ସହ ସମଲିଙ୍ଗି ସଂପର୍କରେ ରହିଥିଲା । ଏମିତିକି କଥା ବିବାହ ଯାଏ ଯାଇଥିଲା । କିନ୍ତୁ ଶେଷ ମୂହୁର୍ତ୍ତରେ ସାଥୀ ଦୂରେଇ ଯିବାରୁ ଛାତ୍ରୀ ଜଣକ ସଂପୂର୍ଣ୍ଣ ଭାଙ୍ଗିପଡିବା ସହ ହଷ୍ଟେଲ୍ ରୁମ୍ ରେ ଆତ୍ମହତ୍ୟା କରିଥିବା ଜଣାପଡିଛି । କିନ୍ତୁ ମୃତକଙ୍କ ମା’ ଏବଂ ଗିରଫ ଛାତ୍ରୀ ଘଟଣାକୁ ସଂପୂର୍ଣ୍ଣ ଅସ୍ବୀକାର କରିଛନ୍ତି ।