ୟୁନିଫର୍ମରେ ଥାଇ ପାର୍ଟିରେ ମଦ ପିଇବା ପଡ଼ିଲା ମହଙ୍ଗା, କଲେଜରୁ ତଡ଼ା ଖାଇଲେ ୪ ଛାତ୍ରୀ

Published By : Prameya-News7 Bureau | December 30, 2019 IST

ନାଗାପାଟ୍ଟିନମ୍‌୩୦/୧୨: ଜନ୍ମଦିନ ପାର୍ଟିରେ ପୁରୁଷ ବନ୍ଧୁଙ୍କ ସହ ମଦ ପିଇ କଲେଜରୁ ତଡ଼ା ଖାଇଲେ ଚାରି ଛାତ୍ରୀ। ତେବେ ଭୁଲ ଟି ମଦ ପିଇବାରେ ନଥିଲା, ଥିଲା ୟୁନିଫର୍ମରେ । ଅର୍ଥାତ୍ ପାର୍ଟି କଲାବେଳେ ଛାତ୍ରୀ ମାନେ ପିନ୍ଧିଥିଲେ  କଲେଜ ୟୁନିଫର୍ମ  । ଚାରି ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କର ଜନ୍ମଦିନ ଥିଲା।

ଏହି ଜନ୍ମଦିନ ଅବସରେ ତିନିଜଣ ଛାତ୍ରୀ କଲେଜ ୟୁନିଫର୍ମ ପିନ୍ଧି ଥିବାବେ​‌ଳେ ଅନ୍ୟଜଣେ ଛାତ୍ରୀ ସାଧାରଣ ପୋଷାକ ପିନ୍ଧି ଥିଲେ। କଲେଜଠାରୁ ମାତ୍ର ୧୦ କିଲୋମିଟରରେ ଦୂରରେ ବାପା,ମାଆଙ୍କ ଉପସ୍ଥିତିରେ ଚାରିଜଣ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ମିଶି ଧୂମଧାମ୍‌ରେ ଜନ୍ମଦିନ ପାଳନ କରିଥିଲେ। ଚାରି ଛାତ୍ରୀ ଜନ୍ମଦିନରେ ମଦ ପିଇ ଥିଲେ। ଏହି ସମୟରେ ସେମାନଙ୍କର ଜଣେ ପୁରୁଷ ବନ୍ଧୁ ଭିଡିଓ ରେକର୍ଡିଂ କରିଥିଲେ। ତାମିଲନାଡ଼ୁର ନାଗାପାଟିନମ୍‌ରେ ଏଭଳି  ଲଜ୍ଜାଜନକ ଘଟଣା ଘଟିଛି।

ଜନ୍ମଦିନରେ ଚାରି ଛାତ୍ରୀ ମଦ ପିଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଡିସେମ୍ବର ୨୪ ତାରିଖରେ ଏହି ଭିଡିଓ କଲେଜ କର୍ତ୍ତୁପକ୍ଷଙ୍କ ସାମ୍ନାକୁ ଆସିଥିଲା। କଲେଜ କର୍ତ୍ତୁପକ୍ଷ ଉକ୍ତ ଘଟଣାକୁ ଗୁରୁତର ସହ ନେଇଥିଲେ। ଡିସେମ୍ବର ୨୬ ତାରିଖରେ କଲେଜ କର୍ତ୍ତୁପକ୍ଷ ଏକ ବୈଠକ ଡାକିଥିଲେ। କଲେଜ କର୍ତ୍ତୁପକ୍ଷ ସଂପୃକ୍ତ ଚାରି ଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରିଥିଲେ।

 ଛାତ୍ରୀଙ୍କ ମଦ ପିଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସଂପୃକ୍ତ ଛାତ୍ରୀଙ୍କ ବାପା-ମାଆଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ବାପା-ମାଆଙ୍କ ଉପସ୍ଥିତିରେ ପିଲାମାନେ ମଦ ପିଇବା କେତେ ଠିକ୍‌ ବୋଲି କଲେଜ କର୍ତ୍ତୁପକ୍ଷ ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.