ଜେଇଙ୍କୁ ପାଟଣାଗଡ ବିଧାୟକ ଉଠବସ କରାଇବା ଘଟଣାରେ ସତ୍ୟତା ଥିବା କହିଲେ ଜିଲ୍ଲାପାଳ
11/06/2019 at 10:44 AM

ପାଟଣାଗଡ ୧୧|୬: ଜେଇଙ୍କୁ ପାଟଣାଗଡ ବିଧାୟକ ଉଠ ବସ କରାଇବା ଘଟଣାରେ ସତ୍ୟତା ରହିଥିବା କହିଛନ୍ତି ଜିଲ୍ଲାପାଳ । ସେ ଉଭୟ ବିଧାୟକ ଓ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଛନ୍ତି । ଘଟଣା ସଂପର୍କରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିଲା । ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୂଷ୍ଠାନ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜେଇଙ୍କୁ ଉଠବସ କରାଇଥିବା ବିଧାୟକ ଓ ଚାପୁଡା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
Related Posts
ବାଇକ ଉପରେ ଚଢ଼ିଗଲା ହାଇୱା, ଦୁଇ ଆରୋହୀ ମୃତ
28 September 2023
ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଲେ: ଦୁଇ ବିଜେପି ବିଧାୟକ ସସ୍ପେଣ୍ଡ
28 September 2023
୨ ବର୍ଷରେ ସାପ କାମୁଡ଼ାରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ
28 September 2023