ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁକୁ ବିତି ଗଲାଣି ୮ ମାସ: ସ୍ତ୍ରୀ କହିଲେ, ‘ତଦନ୍ତ ଭାର ସିବିଆଇକୁ ଦିଆଯାଉ’
25/08/2020 at 3:49 PM

ମାଲକାନଗିରି୨୫/୮: ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ୮ ମାସ ବିତିଗଲାଣି। ତାଙ୍କ ମୃତ୍ୟୁ ଘଟଣାରେ ପ୍ରକୃତ ରହସ୍ୟ ଏପର୍ଯ୍ୟନ୍ତ ପଦାକୁ ଆସି ପାରି ନାହିଁ। ମଙ୍ଗଳବାର ମୃତ ଦେବନାରାୟନଙ୍କ ସ୍ତ୍ରୀ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପଛରେ ଜିଲ୍ଲାପାଳ ଦାୟୀ ବୋଲି କହିଛନ୍ତି।
ଘଟଣାର ତଦନ୍ତ ଠିକ ରୂପେ ହେଉନଥିବାରୁ କୌଣସି ନିଷ୍କର୍ଷ ବାହାରୁ ନାହିଁ। ଜିଲ୍ଲାପାଳ, ଏସ୍ପି ଏବଂ ଡିଜି ସମସ୍ତଙ୍କ ନିକଟରେ ଫେରାଦ ହେବାପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସଚିବ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ପ୍ରଶାସନିକ ତଥା ସରକାରୀ ସ୍ତରରେ ଅବହେଳା କରାଯାଉଥିବା ଅଭିଯୋଗ କରି ତାଙ୍କର ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ତାଙ୍କ ସ୍ତ୍ରୀ ଅନୁରୋଧ କରିଛନ୍ତି ।