krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡିସେମ୍ବର ୨୯ରୁ ଗଞ୍ଜାମରେ ଆରମ୍ଭ ହେବ ଧାନ ସଂଗ୍ରହ, ଚାଷୀଙ୍କ ପାଇଁ ଜାରି ହେଲା ଟୋଲଫ୍ରି ନମ୍ବର

27/11/2021 at 1:23 PM

ଖଲ୍ଲିକୋଟ ୨୭।୧୧:  ଚଳିତ ଖରିଫ୍ ଋତୁର ଧାନ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ । ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଧାନ ସଂଗ୍ରହ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି, ମନ୍ତ୍ରୀ, ସାଂସଦ, ବିଧାୟକମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି  ।

ତେବେ ବସିଥିବା ବୈଠକରେ ସମସ୍ତଙ୍କ ସମ୍ମତି ପରେ ଆସନ୍ତା ମାସ ୨୯ ତାରିଖରୁ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଛି । ସମସ୍ତ ଲୋକ ପ୍ରତିନିଧି ଏବଂ କମିଟିର ସମସ୍ତ ସଦସ୍ୟ ସଦସ୍ୟାଗଣଙ୍କ ସମ୍ମତି ପ୍ରକାଶ ପରେ ଏହି ନିଷ୍ପତ୍ତି ନିଆଯାଇଛି  । ବୈଠକରେ ମନ୍ତ୍ରୀ, ସାଂସଦ, ବିଧାୟକମାନେ ମଧ୍ୟ ନିଜର ମତ ରଖି କହିଥିଲେ ଯେ, ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଯେପରି ସୁରୁଖୁରୁରେ ହେବ । ସେ ଦିଗରେ ଧ୍ୟାନ୍‌ ଦେବା ଉଚିତ୍‌ । ଅଦିନିଆ ବର୍ଷା ଲାଗି ଚାଷର କ୍ଷୟକ୍ଷତିକୁ ପ୍ରାଧାନ୍ୟ ଦେଇ ଧାନ କ୍ରୟ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । 

ସେହିପରି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ, ୨୦୨୦-୨୧ରେ ଖରିଫ୍ ଧାନ ୪୫ ଲକ୍ଷ ୪୩  ହଜାର ୨୮୩ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା । ଯାହାକି ୯୫ ପ୍ରତିଶତ ଅଟେ । ତନ୍ମଧ୍ୟରୁ ୩୧ ଲକ୍ଷ ୭୮ ହଜାର କ୍ବିଣ୍ଟାଲ ଚାଉଳ ହୋଇପାରିଥିଲା  । ଚଳିତ ଖରିଫ୍ ଧାନ ସଂଗ୍ରହ ସକାଶେ ୩୬ ଲକ୍ଷ ୪୪୭୭ କୁଇଣ୍ଟାଲ ଧାନ ସଂଗ୍ରହ ତଥା  ୨୪୧୫୦୦ମେଟ୍ରିକ୍ ଟନ୍ ଚାଉଳ ଆମଦାନୀର ଲକ୍ଷ୍ୟ ରଖାଯାଇଛି  । ଚଳିତ ବର୍ଷରେ ୧ ଲକ୍ଷ ୨୪ ହଜାର ୮୧ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷରେ ସାଧାରଣ ଧାନ ନିମନ୍ତେ କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କା ଏବଂ ଗ୍ରେଡ୍ ଏ ଧାନ ନିମନ୍ତେ ୧୮୮୮ଟଙ୍କା କ୍ବିଣ୍ଟାଲ ପ୍ରତି ଦର ଧାର୍ଯ୍ୟ ଥିଲା  । ତେବେ ୨୦୨୧-୨୨ ବର୍ଷରେ ସାଧାରଣ ଧାନ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କା ଏବଂ ଗ୍ରେଡ୍ ଏ ଧାନ ସକାଶେ ୧୯୬୦ ଟଙ୍କା ଦର ଧାର୍ଯ୍ୟ ରଖାଯାଇଛି  ।ମୋଟ୍ ୩୮୬ ପ୍ୟାକ୍ସ,  ୧୦୫ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗୋଟିଏ ପାଣି ପଞ୍ଚାୟତ ଧାନ ସଂଗ୍ରହ ପାଇଁ ସାମିଲ ଅଛନ୍ତି  । ଚଳିତ ବର୍ଷର ଧାନ ସଂଗ୍ରହ ସମୟରେ କୋଭିଡ୍ ନିୟମର ଅନୁପାଳନ ଯେପରି ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ  । ଚଳିତ ଥର ଧାନ କିଣାରେ ସ୍ବଚ୍ଛତା ନେଇ ପ୍ରଥମ ଥର ପାଇଁ ଧାନ ସଂଗ୍ରହ ସମୟରେ ଆଇ.ଭି.ଆର.ଏସ୍. ବ୍ୟବସ୍ଥା ରହିବ  । ପଞ୍ଜିକୃତ କରିଥିବା ଚାଷୀ ୧୯୬୭ ଟୋଲଫ୍ରି ନମ୍ବରରେ ଯୋଗାଯୋଗ କଲେ ସେମାନଙ୍କ ଟୋକନ୍, କେଉଁ ତାରିଖରେ ଧାନ ବିକ୍ରୟ କରିବେ ଏବଂ ଅନ୍ୟାନ୍ୟ ବିଷୟରେ ତଥ୍ୟ ଜାଣି ପାରିବେ  । 

   Related Posts