ଜିଲ୍ଲାପାଳଙ୍କ ନିଆରା ଅନ୍ଦାଜ, ବଣ୍ଡା ଘାଟିରେ ଆଦିବାସୀଙ୍କ ସହ ତାଳ ଦେଇ ନାଚିଲେ ବିଶାଲ ସିଂହ

Published By : Prameya-News7 Bureau | January 10, 2023 IST

ମାଲକାନଗିରି ୧୦।୦୧: ନାଚିଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ବଣ୍ଡା ଘାଟିରେ ପାରମ୍ପରିକ ଗୀତରେ ଆଦିବାସୀ ଲୋକଙ୍କ ସହ ତାଳରେ ତାଳ ଦେଇ ନାଚିଲେ ମାଲକାନଗିରି ଜିଲ୍ଲାପାଳ ।  

ଖବର ଅନୁଯାୟୀ,  ଆସନ୍ତା ୧୫ ତାରିଖରୁ ମାଲକାନଗିରି ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ ପାଳନ ହେବାକୁ ଥିବା ବେଳେ ବଣ୍ଡା ଘାଟିର ଆମ୍ମାକୁଣ୍ଡରେ ପୂଜା ଅର୍ଚ୍ଚନା କରାଯାଇ କଳସରେ ଜଳ ସଂଗ୍ରହ କରାଯାଇଥିଲା । ଆଦିମ ଜନଜାତି ବଣ୍ଡାଙ୍କ ନାଚ ଗୀତରେ ଖୈରପୁଟ ବ୍ଳକରୁ ମାଲକାନଗିରି ପର୍ଯ୍ୟନ୍ତ କଳସ ଯାତ୍ରା ଚାଲିଥିଲା । ଏହି ସମୟରେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଖୁସିରେ ସାଧାରଣ ଲୋକଙ୍କ ସହ ନାଚିଥିବା ଦେଖିବାକୁ ମିଳିଛି ।

ତେବେ କେବଳ ନାଚିନାହାନ୍ତି ଆଦିବାସୀ ଲୋକଙ୍କ ପରି ହାତରେ ମୟୁରପୁଛ ଧରି ମାଲକାନଗିରି ଜିଲ୍ଲାପାଳ ବଣ୍ଡା ମହିଳାଙ୍କ ପାରମ୍ପରିକ ନାଚ ଭିତରେ ମିଶିଯାଇଥିଲେ । ସାଧାରଣ ଲୋକଙ୍କ ପରି କାନ୍ଧରେ ହାତ ପକାଇ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ପଞ୍ଚାୟତ ଅଧିକାରୀ ଓ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ସହ ଖୁସିରେ ନାଚିଥିଲେ । ମାଲକାନଗିରି ଜିଲ୍ଲାପାଳଙ୍କ ଏପରି ନିଆରା ଅନ୍ଦାଜକୁ ଜିଲ୍ଲାବାସୀ ବେଶ ପସନ୍ଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.