ଏକାଥରକେ ୨୧ ରୁଦ୍ରାଭିଷେକ, ଶ୍ରାବଣ ସୋମବାରରେ ମାରଓ୍ୱାଡି ଯୁବା ମଞ୍ଚ ପକ୍ଷରୁ ସାମୂହିକ ପୂଜା
31/07/2023 at 5:08 PM

ବଲାଙ୍ଗୀର ୩୧/୦୭: ଗୋଟିଏ କି ଦୁଇଟି ନୁହେ । ଏକାଥରକେ ୨୧ ଟି ରୁଦ୍ରଅଭିଷେକ କଲେ ଭକ୍ତ । ଏଭକି ଏକ ଚିତ୍ର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ଦେଖିବାକୁ ମିଳିଛି । ଶ୍ରାବଣ ମାସରେ ମହାକାଳ ପ୍ରଭୁ ଶିବଙ୍କ ପୂଜା ପାଇ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ବେଳେ ସୋମବାର ଦିନ ସ୍ଥାନୀୟ ମାରଓ୍ୱାଡି ଯୁବା ମଞ୍ଚ ନେତୃତ୍ୱରେ ଏହି ରୁଦ୍ରାଭିଷେକ କରିଛନ୍ତି ଭକ୍ତ ।

ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପୂଜାର ଆୟୋଜନ କରାଯାଇଛି । ପୂଜାରେ ୨୧ ଦମ୍ପତ୍ତି ଯୋଗ ଦେଇଥିବା ବେଳେ ବେଶ ଆଡମ୍ବର ସହ ପୂଜା କରାଯାଇଥିଲା । ତେବେ ସମାଜର ମଙ୍ଗଳ ପାଇଁ ଏଭଳି ସାମୁହିକ ରୁଦ୍ରାଭିଷେକ କରିଥିବା କହିଛନ୍ତି ଆୟୋଜକ । ଯାହାକୁ ଦର୍ଶନ କରିବା ସହ ଦେଖିବାକୁ ଆସିଥିଲେ ଦୁରଦୁରାନ୍ତରୁ ଭକ୍ତ । କଣ୍ଟାବାଞ୍ଜିର ସ୍ଥାନୀୟ ରାଣୀ ସତୀ ଦାଦି ମନ୍ଦିରେ ହୋଇଥିଲା ଏହି ସମାରୋହ । ତେବେ ଏହିଅଞ୍ଚଳରେ ବିଶ୍ୱାସ ରହିଛି ପ୍ରଭୁ ମହାକାଳ ମହାଦେବ ଙ୍କୁ ରୁଦ୍ରଅଭିଷେକ କରିବା ଦ୍ୱରା ମନୋସ୍କାମନା ପୂର୍ଣ ହେବା ସହ ଅଞ୍ଚଳରେ ବିକାଶ ହୋଇଥାଏ।
you can also read…