ଜିଲ୍ଲାକୁ ଆସୁଥିବା ବସ୍‌ରେ କୋଭିଡ଼ କଟକଣାର ଅନୁଧ୍ୟାନ କଲେ ଜିଲ୍ଲାପାଳ, ଅମାନିଆଙ୍କ ଠାରୁ ଆଦାୟ ହେଲା ଜୋରିମାନା

Published By : Prameya-News7 Bureau | September 09, 2020 IST

ଖଲ୍ଲିକୋଟ ୦୯।୦୯: ଗଞ୍ଜାମରେ ଏବେ କରୋନା ଗ୍ରାଫ୍‌ ତଳମୁହାଁ ରହିଛି । ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏବେ କରୋନା ସଂକ୍ରମଣ ଜିଲ୍ଲାରେ କମିବାରେ ଲାଗିଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ବିଭିନ୍ନ କଟକଣାକୁ ଲୋକେ ମାନୁଛନ୍ତି କି ନାହିଁ, ସେନେଇ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ଅଚାନକ ଗସ୍ତ ମଧ୍ୟ କରାଯାଉଛି । ଏହପ୍ରରିପେକ୍ଷୀରେ ଜିଲ୍ଲାକୁ ଆସୁଥିବା ବିଭିନ୍ନ ବସ୍‌ଗୁଡିକରେ କରୋନା ଗାଇଡ଼୍‌ଲାଇନ୍‌ ଠିକ୍‌ ଭାବେ ପାଳ ନ କରାଯାଉଛି କି ନାହିଁ, ସେନେଇ ଜିଲ୍ଲାପାଳ ଅନୁଧ୍ୟାନ କରିଛନ୍ତି ।

ଛତ୍ରପୁର  ଡିଆର୍‌ଡିଏ୍‌ ଛକ ନିକଟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଚାନକ ପହଞ୍ଚି ଜିଲ୍ଲା ବାହାରୁ ଆସୁଥିବା ବିଭିନ୍ନ ବସ୍‌କୁ ଅଟକାଇବା ସହ ଯାଞ୍ଚ ମଧ୍ୟ କରୁଛନ୍ତି । ବସ୍‌ରେ କୋଭିଡ଼ ଗାଇଡଲାଇନ୍‌ ଠିକ୍‌ ଭାବେ ପାଳନ କରାଯାଉଛି କି ନାହିଁ , ତାହାର ଅନୁଧ୍ୟାନ କରୁଛନ୍ତି । ତେବେ ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ୨ଟି ବସ୍‌ରେ ଅଧିକ ସଂଖ୍ୟା ଯାତ୍ରୀ  ଓ ବସ୍‌କୁ ସାନିଟାଇଜ୍‌ କରିନଥିବାର ଦେଖିବାକୁ ପାଇଥିଲେ । ଯାହାପରେ ତୁରନ୍ତ ଆକ୍ସନ ନେଇ୨ଟି ବସ୍‌କୁ ଜୋରିମାନା ଆଦାୟ କରିବାକୁ ସ୍ଥାନୀୟ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଏଭଳି ଘଟଣାର ପୁନରାବୃତ୍ତି ହୁଏ, ତେବେ ଆଗାମୀ ଦିନରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ତାମିଲନାଡୁରୁ ଆସୁଥିବା ଏକ ବସ୍‌ ବିହାର ଅଭିମୁଖେ ଯାଉଥିବା ବେଳେ ବସ୍‌ର କୌଣସି କାଗଜପତ୍ର ନଥିବାର ଜବତ କରାଯାଇଛି । ଏହି ୩ଟି ବସ୍‌ରୁ ମୋଟ ୨୬ହଜାର ଟଙ୍କା ଜୋରିମାନା ପକାଯାଇଛି । ଜିଲ୍ଲାପାଳଙ୍କ ସହ ସ୍ଥାନୀୟ ଆରଟିଓ ଓ ବହୁ ପ୍ରଶାସନିକ ଅଧିକାରୀ  ଚଢାଉ ସମୟରେ ଉପସ୍ଥିତ ରହିଥିଲେ । ଅନ୍ୟପକ୍ଷରେ ଗଞ୍ଜାମ ଆଞ୍ଚଳିକ ବିଭାଗ ପକ୍ଷରୁ ଚଳିତ ମାସରୁ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ପେଶାଲ ଡ୍ରାଇଭ୍ ଦ୍ୱାରା ପ୍ରାୟ ୨ଶହ ଗାଡ଼ି ଜବତ କରାଯାଇଛି । ସମସ୍ତ ଗାଡିରେ କାଗଜପତ୍ର ଠିକ୍‌ ନଥିବା ନେଇ ୨୦ ଲକ୍ଷ ୨୦ ହଜାର ଟଙ୍କାର ଚାଲାଣ କଟାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.