ଦୁନିଆର ସବୁଠୁ ଥଣ୍ଡା ସହର, -୫୦ ଡିଗ୍ରିକୁ ଖସି ଆସେ ତାପମାତ୍ରା; ଖୋଲା ରହିଥାଏ ସ୍କୁଲ ଏବଂ କଲେଜ
16/01/2023 at 5:44 PM

ନୂଆଦିଲ୍ଲୀ: ଦୁନିଆରେ ଅନେକ ସ୍ଥାନରେ, ଖରା ଦିନରେ ମଧ୍ୟ ଭୀଷଣ ଥଣ୍ଡା ହୋଇଥାଏ । ଥଣ୍ଡା ଦିନରେ ଏହି ଅଞ୍ଚଳରେ ସ୍ଥିତି ଆହୁରି ଭୟଙ୍କର ହୋଇଥାଏ। ରୁଷର କିଛି ଅଞ୍ଚଳରେ ଏବେ ତାପମାତ୍ର -୫୦ ଡିଗ୍ରି ସେଲସିୟସରେ ପହଞ୍ଚିଛି । ଅନେକ ରିପୋର୍ଟ ଅନୁସାରେ ରୁଷର ସାଇବେରିଆର ୟାକୁଟସ୍କ ସହର ଦୁନିଆର ସବୁଠୁ ଥଣ୍ଡା ସହର କୁହାଯାଏ । ଶୀତ ସମୟରେ ଏଠାରେ ତାପମାତ୍ରା -୫୦ ଡିଗ୍ରି ଯାଏଁ ତଳକୁ ଖସିଥାଏ । ମେସ୍କିକୋରୁ ୫ ହଜାର କିଲୋମିଟରରେ ଥିବା ଏହି ଅଞ୍ଚଳ ଖନନ ପାଇଁ ପରିଚିତ ।
ଖନନ ପାଇଁ ଦୁନିଆରେ ପରିଚିତ ଏହି ସହରରେ ବାସ କରୁଥିବା ଲୋକେ ଏଠାର ତାପମାତ୍ରା -୪୦ ଡିଗ୍ରି ଯାଏଁ ଖସିବା ଦେଖିଛନ୍ତି । ସ୍ଥାନୀୟ ଲୋକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଅନେକ ସ୍କାର୍ଫ, ଜ୍ୟାକେଟ୍ ଏବଂ ଗ୍ଲୋବ୍ସ ପିନ୍ଧିଥାନ୍ତି । ସେମାନଙ୍କ କହିବା କଥା, ପାଣିପାଗ ସହ ଲଢି ପାରିବା ନାହିଁ । ଏହା ଅନୁସାରେ ନିଜକୁ ବଦଲାଇବାକୁ ହେବ, ନଚେତ ପୀଡିତ ହେବାକୁ ପଡିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟରେ ସେଠାରେ ସ୍କୁଲ ଏବଂ କଲେଜ ମଧ୍ୟ ବନ୍ଦ ହୋଇ ନଥାଏ ।
#SANCTIONS: Russians don't have the tech to make their own tires, and this is what happens to brand new tires imported from #China in Yakutsk, #Russia in -35 °C temperatures. 8 tires failed on the 1st truck, 7 on the 2nd, and multiple on all other trucks. pic.twitter.com/Qw5UyXZJwI
— Igor Sushko (@igorsushko) January 12, 2023
ପୃଥିବୀର ମେରୁ ଆଡକୁ ଯେତେ ବଢିବା ସେତେ ଅଧିକ ଥଣ୍ଡା ହେବ । ରୁଷ ଏବଂ ୟୁରୋପ ଉତ୍ତର ମେରୁ ନିକଟରେ ରହିଛନ୍ତି, ତେଣୁ ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ । ଭାରତର ଉତ୍ତର ଏବଂ ଦକ୍ଷିଣ ଭାଗରେ ମଧ୍ୟ ତାପମାତ୍ରା ଭିନ୍ନ ଭିନ୍ନ ରହିଥାଏ । ରାଜସ୍ଥାନର ସିକାର ଜିଲ୍ଲାରେ ତାପମାତ୍ରା ଶୂନରୁ ୪.୭ ଡିଗ୍ରି ସେସଲିୟଲ ତଳକୁ ଖସି ଆସିଥାଏ ।