ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଜାଡରେ ଥରୁଛି ସାରା ଓଡିଶା, ଆଗକୁ ସ୍ୱାଭାବିକ ତାପମାତ୍ରା ଆହୁରି ୨ ରୁ ୪ଡିଗ୍ରୀ ଖସିବ

17/11/2022 at 8:01 AM

ଭୁବନେଶ୍ୱର ୧୭/୧୧: ଜାଡରେ ଥରୁଛି ଓଡିଶା । ଉପକୂଳରୁ ଆଭ୍ୟନ୍ତରୀଣ ସବୁଆଡେ ପ୍ରବଳ ଶୀତ ଅନୁଭୂତ ହେଉଛି । କୋରାପୁଟ ଜିଲ୍ଲା ଶିମିଳିଗୁଡାରେ ସୁବୁଠୁ ଅଧିକ ଥଣ୍ଡା ହେଉଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଜି.ଉଦୟଗିରି ୮ଡିଗ୍ରୀ , ଫୁଲବାଣୀ ଏବଂ କୋରାପୁଟରେ ୧୦ ଡିଗ୍ରୀ ରେକର୍ଡ ହୋଇଛି ।

ରାଜ୍ୟର ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ । ଆସନ୍ତା ୫ ଦିନ ଯାଏ ପାଗ ଏଭଳି ରହିବ । ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଅଧିକ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦେଖାଦେବ ।

ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଥିବା ଘୁର୍ଣ୍ଣିବଳୟ ଘନେଇବାରେ ଲାଗୁଚି। ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେବ। କ୍ରମେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତରେ ପରିଣତ ହେବ। କିନ୍ତୁ ଓଡ଼ିଶା ଉପରେ ଏହା ପ୍ରଭାବ ପଡିବନି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

   Related Posts