ହାଡ ଭଙ୍ଗା ଶୀତରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
20/12/2022 at 8:40 AM

ଲମତାପୁଟ ୨୦/୧୨: ହାଡ ଭଙ୍ଗା ଶୀତରେ ଥରୁଛି ଲମତାପୁଟ । ପାରଦ ଖସିଲା ୬ ଡିଗ୍ରୀକୁ ପହଁଚିଛି । ଦିନ ୯ଟା ପର୍ଯ୍ୟନ୍ତ ରାସ୍ତା ଘାଟ ଜନ ଶୂନ୍ୟ ହୋଇପଡିଛି ।
ସନ୍ଧ୍ୟା ୭ଟାରେ ବଜାର ଖାଁ ଖାଁ । ଜାଡ଼ରେ ନିଜକୁ ସୁରକ୍ଷା ଦେବା ପାଇଁ ନିଆଁ ଲଗାଇ ଲୋକେ ଶୀତ ଛଡାଉଛନ୍ତି । ଚା ଦୋକାନରେ ଭିଡ଼ ଜମିବା ଦେଖିବାକୁ ମିଳୁଛି । ଅଞ୍ଚଳରେ କୁହିଡି କମିଯାଇଥିବା ବେଳେ ଶୀତ ପ୍ରକୋପ ବଢିଯାଇଛି । ପାଣିପାଗର ସୂଚନା ଅନୁଯାୟୀ ପାରଦ ଆହୁରି ଖସିବା ସମ୍ଭାବନା ରହିଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଲେ ଅଦାଲତ
28 January 2023