ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟରେ ପଡ଼ିବ ପ୍ରଚଣ୍ଡ ଶୀତ

Published By : Prameya-News7 Bureau | November 20, 2019 IST

  ଭୁବନେଶ୍ବର ୨୦/୧୧: ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ।  ଉତ୍ତରା ପବନ ପ୍ରବାହିତ ହେବ। ଫଳରେ  ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଅନୁଭୂତ ହେବ ବୋଲି  ଅନୁମାନ କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ ଓ ଦାରିଙ୍ଗବାଡିରେ ତାପମାତ୍ରା ୧୨ ଡିଗ୍ରୀ ରହିଛି।

ଫୁଲବାଣୀ ଓ ପାରାଦ୍ବୀପରେ କୁହୁଡି ଅନୁଭୁତ ହୋଇଛି। ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ​‌ରେ ଘନ କୁହୁଡି ଅନୁଭୁତ ହେବ ବୋଲି ଆକଳନ  କରିଛି  ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.