ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ରାଜ୍ୟରେ ଆହୁରି ବଢିବ ଶୀତ ପ୍ରକୋପ, ୧୯ରୁ ୨୫ଯାଏଁ ଜାଡରେ ଥରିବେ ରାଜ୍ୟବାସୀ

17/12/2021 at 12:11 PM

ଭୁବନେଶ୍ବର ୧୭।୧୨: ରାଜ୍ୟରେ ଆହୁରି ବଢିବ ଶୀତର ପ୍ରକୋପ । ୧୯ରୁ ୨୫ଯାଏଁ ଜାଡ ଶୀତରେ ଥରିବେ ରାଜ୍ୟବାସୀ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ତଳ ଭାଗରେ ପ୍ରବାହିତ ହେଉଥିବା ବେଳେ ଏହା ପ୍ରଭାବରେ ଅଧିକ ଥଣ୍ଡା ଅନୁଭୂତ ହେବ ।

ବର୍ତ୍ତମାନ ୬.୫ ଡ଼ିଗ୍ରୀ ରାତ୍ରି-ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ରହିଛି ।  ୮ ସ୍ଥାନରେ ରାତ୍ରି ତାପମାତ୍ରା ୧୧ ଡ଼ିଗ୍ରୀ ତଳେ ରହିଛି ।  ଫୁଲବାଣୀ ୭.୫, କୋରାପୁଟ ୯, ଟିଟଲାଗଡ ୯.୩, ଝାରସୁଗୁଡା ୯.୬, କେନ୍ଦୁଝର ୯.୬,  ସୁନ୍ଦରଗଡ ୧୦, ଭବାନୀପାଟଣାଠାରେ  ୧୦ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେହିପରି ପୃଥିବୀର ବିକିରଣ ବାୟୁ ମଣ୍ଡଳ ଉପରି ଭାଗକୁ ଯାଉଛି । ତେବେ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ବାୟୁ କେନ୍ଦ୍ରୀୟ ଭାରତରୁ ଦକ୍ଷିଣ ପଶ୍ଚିମ ମୁହାଁ ହେବ । ତେବେ ଏହି ଟ୍ରାପ୍ ଲାଇନଟି ଓଡିଶା ବଙ୍ଗୋପସାଗର ପାଖାପାଖି ରହିଯିବ ।  ଫଳରେ ଉତ୍ତର ପଶ୍ଚିମ ଦିଗରେ ଉପରି ଭାଗରେ ମଧ୍ୟ ଥଣ୍ଡା ବାୟୁ ପ୍ରବାହିତ ହେବ ।

ସେହିପରି ୧୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ଉତ୍ତର ପୂର୍ବ ଆଡକୁ ଗତି କରି ଥାଇଲାଣ୍ଡ ମୁହାଁ ହେବ । ଏହା ଦ୍ବାରା ମଧ୍ୟ ଶୀତ ଜନିତ  ସାମାନ୍ୟ ପ୍ରଭାବ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ । 

   Related Posts