୨୦ ତାରିଖରୁ ରାଜ୍ୟରେ ବଢିବ ଶୀତ

Published By : Prameya-News7 Bureau | December 17, 2019 IST

ଭୁବନେଶ୍ବର ୧୭।୧: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ବଢିବ ଶୀତ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମୁଦ୍ରର ସ୍ଥଳଭାଗକୁ ପବନ ବହୁଥିବାରୁ ତାପମାତ୍ର ସ୍ବାଭାବିକଠାରୁ ଅଧିକ ରହୁଥିଲା । ଫଳରେ ଶୀତ କମ୍ ଅନୁଭୂତ ହେଉଥିଲା ।

{"id":198877,"sizeSlug":"large"}

ଆଗାମୀ ୨ରୁ ୩ଦିନ ଭିତରେ ଉତ୍ତର ପୂର୍ବ ଦିଗରୁ ପବନ ବୋହିବବା ସହିତ ତାପମାତ୍ରା ୨ରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ କମିବ। ଏହା ସହିତ ଆଗାମୀ ୪୮ ଘଣ୍ଟା ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କନ୍ଧମାଳ, ସୋନପୁର, କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେଇପାରେ ।

{"id":198878,"sizeSlug":"large"}

ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ୧୧.୦ ଓ ଭୁବନେଶ୍ବରରେ ତାପମାତ୍ରା ୧୮.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆଜି ଦାରିଙ୍ଗବାଡ଼ିରେ ଅତ୍ୟଧିକ ଘନ କୁହୁଡ଼ି ଦେଖାଦେଇଥିବାବେଳେ, ଏହାର ଭିଜିବିଲିଟି ୫୦ମିଟର ବି କମ୍ ରହିଥିଲା । ଏହି ସମୟ ଭିତରେ ଗାଡ଼ି ନଚଳାଇବା​‌ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.