ପୁଣି ଫେରିବ ଶୀତ, ୨ ତାରିଖରୁ ହାଲକା ବର୍ଷା : ଆଗକୁ ପ୍ରବଳ ଖରାର ଡର
29/02/2020 at 11:47 AM

ଭୁବନେଶ୍ବର ୨୯।୨: ଆସନ୍ତା ୨ ତାରିଖରୁ ରାଜ୍ୟର ୪ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାତିରେ ତାପମାତ୍ରା ସ୍ବାଭାବିକଠୁ ୩ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିବ । ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ହେବ ।
୫ରୁ ବର୍ଷା
ବଢିବା ସହିତ କାଁ ଭାଁ କୁହୁଡି ହେବ ବୋଲି ସେ ଆକଳନ କରିଛନ୍ତି ।
ଶୁକ୍ରବାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରହିଥିଲା । ସେହିପରି
ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବାବେଳେ ଟିଟିଲାଗଡରେ ୧୦.୬, ଫୁଲବାଣୀରେ ୧୧,
ସୋନପୁରରେ ୧୨.୪ ଏବଂ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରହିଥିଲା ।
ଅନ୍ୟପଟେ ଏ ବର୍ଷ ତାତି ରେକର୍ଡ କାଟିବ ବୋଲି ଉଭୟ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ମୁଣ୍ଡଫଟା ଖରା ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ଛଟପଟ ହେବ ସାରା ଓଡିଶା । ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ପୂର୍ବରୁ ଯେତେ ସବୁ ରେକର୍ଡ ହୋଇଛି ତାକୁ ମଧ୍ୟ ଖରା ଟପିଯିବ ।
ହିଟ୍ ୱେଭ୍ ଜୋନ୍ ରେ ଆସୁଥିବା ରାଜ୍ୟଗୁଡିକ ହେଲା ଓଡିଶା, ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଛତିଶଗଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତର ପ୍ରଦେଶ, ଗୋଆ । ଏହି ସବୁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଗତଥର ଅପେକ୍ଷା ଏବର୍ଷ ଆହୁରି ଦଶମିକ ୫ ରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶା ଅଗ୍ନି ବର୍ଷାରେ ସିଝିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।