scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଥଣ୍ଡା ପବନ, ପ୍ରବଳ ଜାଡ଼ରେ ଥରୁଛି ଉତ୍ତର ଭାରତ, କୁହୁଡ଼ି ପାଇଁ ସତର୍କ କଲା ପାଣିପାଗ ବିଭାଗ

18/12/2022 at 8:15 AM

ନୂଆଦିଲ୍ଲୀ: ପ୍ରବଳ ଜାଡ଼ରେ ଥରୁଛି ଦେଶ । ଉତ୍ତର ଭାରତରେ ଶୀତର ପ୍ରକୋପ । ହାଡ଼ଭଙ୍ଗା ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଉଛି । ହିମାଳୟରୁ ଆସୁଥିବା ଥଣ୍ଡା ପବନ ଯୋଗୁ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ପାରଦ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ହିମାଳୟର ଆଦ୍ରତାପୂର୍ଣ୍ଣ ପବନ ଯୋଗୁ ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ସିକିମ୍, ଆସମ, ମେଘାଳୟ, ନାଗାଲାଣ୍ଡ. ମଣିପୁର, ମିଜୋରମ ଓ ତ୍ରିପୁରା ଥଣ୍ଡା ବଢିବା ସହିତ କୁହୁଡ଼ି ଦେଖିବାକୁ ମିଳୁଛି ।

ପଞ୍ଜାବ, ହିମାଚଳ, ପଶ୍ଚିମ ହରିୟାଣା ଓ ଉତ୍ତର ରାଜସ୍ଥାନରେ ରବିବାର ଠାରୁ ଶୀତର ଲହରୀ ବଢିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ଭୋରୁ କୁହୁଡ଼ି ପଡ଼ିବା ଆଶଙ୍କା ରହୁଥିବାରୁ ଭିଜିବିଲିଟି କମ୍ । ତେଣୁ ଗାଡ଼ି ଚାଳକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

କାଶ୍ମୀର ଘାଟିରେ ହାଡ଼ଭଙ୍ଗା ଶୀତ ଜାରି ରହିଛି । ଚିଲ୍ଲାଈ କଲାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଶ୍ରୀନଗରରେ ତାପମାତ୍ର ଶୂନରୁ ୨ଡିଗ୍ରୀ ସେଲସିୟସ୍ ରହିଛି । ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ତାପମାତ୍ରା ୪.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଉତ୍ତର ଭାରତରେ ସର୍ବାଧିକ ତାପମାତ୍ରା ୨୨.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରହିଛି ।    

   Related Posts