ଆଜିଠୁ ବଢିବ ଶୀତ : ସପ୍ତାହେ ଯାଏଁ ଜାଡ ମାଡରେ ଥରିବ ସାରା ରାଜ୍ୟ, ଘନ କୁହୁଡି ସମ୍ଭାବନା

Published By : Prameya-News7 Bureau | February 10, 2020 IST

ଭୁବନେଶ୍ବର ୧୦।୨: ସାରା ରାଜ୍ୟରେ ଲାଗି ରହିଛି କୋହଲା ପାଗ । କେତେକ ସ୍ଥାନରେ ଝିପଝିପ ବର୍ଷା ବି ହେବାରେ ଲାଗିଛି । ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜିଠାରୁ ଜାଡ ବଢିବ ।

ଏହାସହ ପୁରୀ, ଯାଜପୁର, ଢେଙ୍କାନାଳ, ନୟାଗଡ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆଜି ପରଠାରୁ ରାଜ୍ୟରେ ବର୍ଷା କମିବା ସହ ଶୀତ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତାପମାତ୍ରା ୩ରୁ ୪ ଡିଗ୍ରୀକୁ ଖସି ଆସିବ । ସେହିଭଳି ରାଜ୍ୟର ୪ ଜିଲ୍ଲାରେ ଶୀତର ଲହରୀ ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ସୋନପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଏବଂ ଅନୁଗୋଳରେ ଥଣ୍ଡାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଘନ କୁହୁଡିର ପ୍ରଭାବ ମଧ୍ୟ ଅନୁଭୂତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.