ଉତ୍ତର ଭାରତକୁ ଫେରୁଛି ଥଣ୍ଡା, ୬ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ହୋଇପାରେ ତାପମାତ୍ରା, ଦିଲ୍ଲୀ ଲାଗି ଆଲର୍ଟ

Published By : Prameya-News7 Bureau | January 15, 2023 IST

ନୂଆଦିଲ୍ଲୀ ୧୫।୧: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ପୁଣି ଥରେ ଥଣ୍ଡା ଫେରିପାରେ ବୋଲି ପୂର୍ବାନୁମାନ କରାଯାଉଛି। ପାଣିପାଗ ବିଭାଗଙ୍କ ଅନୁସାରେ ରବିବାର ଠାରୁ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଗୁରୁତର ଶୀତ ଲହରୀ ପରିସ୍ଥିତି ଉପୁଜିପାରେ। ଏଣୁ ଉତ୍ତର-ପଶ୍ଚିମ ଭାରତୀୟ ରାଜ୍ୟମାନଙ୍କରେ ଥଣ୍ଡା ବୃଦ୍ଧି ପାଇବା ସହିତ ତାପମାତ୍ରା ହ୍ରାସ ହୋଇପାରେ ବୋଲି ସତର୍କ କରାଯାଇଛି। ପାଣିପାଗ ବିଭାଗଙ୍କ ଅନୁସାରେ ଉତ୍ତର ପଶ୍ଚିମ ଭାରତରେ ୧୫ରୁ ୧୮ ଜାନୁୟାରୀ ମଧ୍ୟରେ ଭୀଷଣ ଶୀତ ଲହର ଚାଲିପାରେ।

{"id":733494,"sizeSlug":"full","linkDestination":"none"}

ଗତ ୨୪ ଘଣ୍ଟାରେ ଜମ୍ମୁ-କାଶ୍ମୀର, ଲଦ୍ଦାଖ, ହୀମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ହାଲୁକା ବର୍ଷା ହୋଇଛି। ଏହା ଛଡା ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଶିକ୍କିମ, ଆସାମ, ମେଘାଲୟ ଓ ଆଣ୍ଡାମାନେ ନିକୋବର ଦ୍ୱୀପ ପୁଞ୍ଜରେ ହାଲୁକା ବର୍ଷା ହୋଇଛି। ଉତ୍ତର-ପଶ୍ଚିମ ରାଜସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୩ ଡିଗ୍ରି ମଧ୍ୟରେ ରେକର୍ଡ ହୋଇଛି। ଏଥିରେ ପାଣିପାଗ ବିଭାଗ ଆଗାମୀ ୫ ଦିନ ନିମନ୍ତେ ତାପମାନର ସୂଚନା ଦେଇଛନ୍ତି। ଏଥିରେ ଉତ୍ତରପଶ୍ଚିମ ଭାରତରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ନିମ୍ନତମ ତାପମାତ୍ରାରେ ୪ରୁ ୬ ଡିଗ୍ରି ହ୍ରାସ ହୋଇପାରେ ବୋଲି କହିଛନ୍ତି।

{"id":733495,"sizeSlug":"full","linkDestination":"none"}

ମଧ୍ୟପ୍ରଦେଶରେ ଆଗାମୀ ୨ ଦିନରେ ସର୍ବନିମ୍ନ ତାପମାତ୍ରା ୨ରୁ ୫ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ସେହିପରି ପୂର୍ବ ଭାରତରେ ମଧ୍ୟ ଆଗାମୀ ୨ ଦିନରେ ୨ରୁ ୪ ଡିଗ୍ରି ସେଲସିୟସ୍ ହ୍ରାସ ହୋଇପାରେ। ତେବେ ଏହି ସମୟରେ ଦିଲ୍ଲୀ ଓ ଏନସିଆରରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ହ୍ରାସ ହୋଇପାରେ। ଆଇଏମଡିଙ୍କ ପୂର୍ବାନୁମାନ ଅନୁସାରେ ଦିଲ୍ଲୀରେ ୧୬ରୁ ୧୮ ଜାନୁୟାରୀ ମଧ୍ୟରେ ଶୀତ ଲହର ଚାଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.