ରାଜ୍ୟରେ ଶୀତର ଲହରୀ ଜାରି, ୧୨ ସ୍ଥାନରେ ୧୨ ଡିଗ୍ରୀ ତଳେ ତାପମାତ୍ରା, ଫୁଲବାଣୀ ସବୁଠୁ ଥଣ୍ଡା ସହର

Published By : Prameya-News7 Bureau | December 18, 2021 IST

ଭୁବନେଶ୍ଵର ୧୮।୧୨:  ରାଜ୍ୟରେ ଶୀତର ଲହରୀ ଜାରି । ୧୨ ସ୍ଥାନରେ ୧୨ ଡିଗ୍ରୀ ତଳେ ତାପମାତ୍ରା ।  ଫୁଲବାଣୀ ଓଡିଶାର ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ରାତ୍ରି ତାପମାତ୍ରା ସର୍ବନିମ୍ନ ୭.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ  ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୨ ରୁ ୨.୭ ରାତ୍ରି ତାପମାତ୍ରା ତଳକୁ ଖସିଥିବା ବେଳେ ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନର ରେ ୦.୨ ରୁ ଏକ ଡିଗ୍ରୀ ଯାଏଁ  ରାତ୍ରୀ ତାପମାତ୍ରା ବୃଦ୍ଧି ଘଟିଛି । ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨.୬ ଡିଗ୍ରୀ କିଛି କିଛି ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ଘଟିଛି । ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଥିବା ରାତ୍ରି ତାପମାତ୍ରା।

୧. ଫୁଲବାଣୀ ୭.୦ ଡ଼ିଗ୍ରୀ

୨. ଦାରିଙ୍ଗବାଡ଼ି ୭.୫ ଡ଼ିଗ୍ରୀ

୩. କୋରାପୁଟ ୭.୫ ଡ଼ିଗ୍ରୀ

୪. ସୁନ୍ଦରଗଡ ୯.୫ ଡିଗ୍ରୀ

୫. ଟିଟିଲାଗଡ଼ ୯.୮ ଡିଗ୍ରୀ

୬. ଭବାନୀପାଟଣା ୧୦

୭. ସୋନପୁର ୧୦.୫ଡିଗ୍ରୀ

୮. କେଉଁଝର ୧୧

୯  .ବଲାଙ୍ଗିର ୧୧

୧୦.ଅନୁଗୁଳ ୧୧

୧୧. ମାଲକାନଗିରି ୧୧.୫ ଡିଗ୍ରୀ

୧୨. ଚାନ୍ଦବାଲି ୧୧.୬ ଡ଼ିଗ୍ରୀ

ବର୍ତ୍ତମାନ ଓଡିଶା ଉପରେ କୌଣସି ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନାହିଁ  । ଆସନ୍ତା ୫ ଦିନ ଯାଏଁ ପାଗ ଶୁଖିଲା ରହିବ  । ତେବେ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେଉଥିବା ବେଳେ ଏହା ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ରତ୍ରୀ ତାପମାତ୍ରା ୨ ରୁ ୪ ଡ଼ିଗ୍ରୀ ଯାଏଁ  କମ ରହିବାର ସମ୍ଭାବନା ରହୁଥିବା ସୂଚନା ଦେଇଛି ଆଞ୍ଚଳିକ ପାନିପାଗ ବିଜ୍ଞାନ କେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.