ପୁଣି ଥରିଲା ଓଡିଶା: ୧୦ ଡିଗ୍ରୀ ତଳେ ୧୦ ସହର, କଷ୍ଟ ଆହୁରି ୫ ଦିନ
19/01/2019 at 7:23 PM

ଭୁବନେଶ୍ବର୧୯|୧: କିଛି ଦିନ ବ୍ୟବଧାନ ପରେ ପୁଣି ଫେରିଛି ଶୀତ । ଅଭ୍ୟନ୍ତରୀଣରୁ ନେଇ ଉପକୂଳ ଓଡିଶା ଯାଏଁ, ପାରଦ ଅସ୍ବଭାବିକ ଭାବେ ହ୍ରାସ ପାଇଛି । ଏହି ଶୀତର ଲହରୀ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅନୁଭୁତ ହେବ । ସେପଟେ ଶୀତ ସାଙ୍ଗକୁ ଆଜି ସକାଳୁ ଘନ କୁହୁଡିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଥିଲା ।

ବଢିଛି ଥଣ୍ଡାର ପ୍ରକୋପ । ଥରୁଛି ସାରା ଓଡିଶା । ଅଭ୍ୟନ୍ତରୀଣରୁ ନେଇ ଉପକୂଳ ଓଡିଶା ଯାଏଁ, ପାରଦ ଅସ୍ବଭାବିକ ଭାବେ ହ୍ରାସ ପାଇଛି । ରାଜ୍ୟର ୧୦ଟି ସହରର ତାପମାତ୍ରା ଏବେ ୧୦ ଡିଗ୍ରି ତଳେ ରହିଛି । ଆସନ୍ତା ପାଞ୍ଚ ଦିନ ପାର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଓଡିଶା ଉପରେ ଏବେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଛି । ଯାହାର ପ୍ରଭାବରେ ରାଜଧାନୀ ସମେତ ଉକକୂଳ ଓଡିଶାରେ କୁହୁଡି ଦେଖିବାକୁ ମଳିଛି । ତେବେ ଫୁଲବାଣୀରେ ସର୍ବନିମ୍ନ ୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ଆଜି ସକାଳୁ ରାଜଧାନୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଦିନ ୧୦ ଟା ପର୍ଯ୍ୟନ୍ତ ପୁରା ସହରକୁ ଆଚ୍ଛାଦିତ କରି ରଖିଥିଲା କୁହୁଡି । ଯାହାକୁ ନେଇ ଗାଡି ଚାଳକ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ସେହିପରି କହୁଡି ଯୋଗୁଁ ଭୁବନେଶ୍ବର ଏୟାପୋର୍ଟ କର୍ତ୍ତୃପକ୍ଷ କିଛି ପ୍ଲେନର ଉଡାଣ ବାତିଲ ମଧ୍ୟ କରିଥିଲେ । ସେପଟେ ଇଷ୍ଟକୋଷ୍ଟ ରେଲଓ୍ବ ପକ୍ଷରୁ ଟ୍ରେନ ଯାତୟତ ନେଇ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ସହ କୁହୁଡିର ପ୍ରଭାବ ଲାଗି ରହିବ ରହିବ।