ହାଡଭଙ୍ଗା ଶୀତ - ଏହି ତାରିଖରୁ ବଢିବ ଓଡ଼ିଶାରେ ଶୀତର ପ୍ରକୋପ

Published By : Prameya-News7 Bureau | December 25, 2019 IST

ଭୁବନେଶ୍ୱର ୨୫।୧୨ -ହାଡଭଙ୍ଗା ଶୀତରେ ଥରୁଛି ଉତ୍ତର ଭାରତ । ହିମାଳୟ ପାର୍ବତ୍ୟାଞ୍ଚଳରୁ ଆସୁଥିବା ବରଫ ପବନ ଯୋଗୁଁ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି । କିଛି ଦିନ ହେବ ଦିଲ୍ଲୀର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଥିବା ଜଣାପଡ଼ିଛି । ଆଜି ନୂଆଦିଲ୍ଲୀରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ଖସିଛି । ସକାଳୁ ଘନ କୁହୁଡି ଆସ୍ତରଣ ସହ ଅସହ୍ୟ ଥଣ୍ଡା ହେଉଛି । ସକାଳ ୧୦ଟା ନବାଜିଲେ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି । ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଲାଣି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଶୀତଲହରୀ ଆଗାମୀ କିଛି ଦିନ ଯାଏଁ ଆହୁରି ଜାରି ରହିବ । ସେହିପରି ଦିଲ୍ଲୀରେ ଆହୁରି ତିନି ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ । ଦିଲ୍ଲୀ ବ୍ୟତୀତ ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଓ ମଧ୍ୟପ୍ରଦେଶରେ ମଧ୍ୟ ଭୀଷଣ ଶୀତଲହରୀ ଅନୁଭୂତ ହୋଇଛି । ସେହିଭଳି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶା ମଧ୍ୟ ଥଣ୍ଡାରୁ ଆଶ୍ୱସ୍ତି ପାଇ ପାରି ନାହିଁ । ସଂଗମ ନଗରୀ ପ୍ରୟାଗରେ ମଧ୍ୟ ଶୀତ ଜାରି ରହିଛି । ଏଠାରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସକୁ ଖସିଆସିଛି ।

{"id":202392,"width":597,"height":354,"sizeSlug":"large"}

୨୫ ତାରିଖଠୁ ବଦଳିବ ପାଗ । ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା ରହିଛି । ଆକାଶ ମେଘୁଆ ରହିବା ସହିତ ତାପମାତ୍ରା ହ୍ରାସ ପାଇବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବର୍ଷାର ପରିମାଣ ଅଧିକ ରହିପାରେ । ତେବେ ୨୮ରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ ।

{"id":202393,"width":598,"height":352,"sizeSlug":"large"}

ବଡ଼ଦିନରେ ପାଗ ସକାଳବେଳା ସାମାନ୍ୟ ଖରା ରହିପାରେ । ମାତ୍ର ଅପରାହ୍ନରୁ ପାଗ ମେଘୁଆ ରହିବ । ସନ୍ଧ୍ୟାରୁ କେତେକ ସ୍ଥାନରେ ବର୍ଷା ହୋଇପାରେ । ଆସନ୍ତାକାଲି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ସୋନପୁରରେ ବର୍ଷା ହୋଇପାରେ ।

ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆସନ୍ତାକାଲି ବର୍ଷା କମ୍‌ ରହିବ । ୨୬ରେ ବର୍ଷା ପରିମାଣ ଅଧିକ ରହିପାରେ । ପାଗ ମେଘୁଆ ରହିବ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କଟକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୁଆପଥର ପଡ଼ିପାରେ । ୨୭ରୁ ବର୍ଷା କମିଯିବ । ପାଗ କ୍ରମଶଃ ଫିଟିବ । ୨୮ରୁ ରାଜ୍ୟରେ ତାପମାତ୍ରା ଖସିବ । ଥଣ୍ଡା ବଢ଼ିବ । ୨୮, ୨୯ ଓ ୩୦ରେ ଶୀତ ପ୍ରକୋପ ଅଧିକ ରହିବ । ତା’ ପରେ ଶୀତ କମିପାରେ ।

ଆସନ୍ତାକାଲି କେନ୍ଦୁଝର, ସୁନ୍ଦରଗଡ଼ରେ ହାଲୁକା ବର୍ଷା ହୋଇପାରେ । ୨୬ରେ ବର୍ଷା ପରିମାଣ ଅଧିକ ରହିପାରେ । ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ । ଏହା ପରେ ୨୭ ଓ ୨୮ ତାରିଖବେଳକୁ ରାଜ୍ୟରେ ଥଣ୍ଡା ବଢ଼ିବ । ରାତି ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୪ ଡିଗ୍ରୀ କମିଯିବ । ନୂଆବର୍ଷବେଳକୁ ଶୀତ ପ୍ରକୋପ ରହିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.