Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ଶୀତରେ ଥରହର ଉତ୍ତର ଭାରତ; କାରଗିଲରେ ସର୍ବନିମ୍ନ ତାପମାତ୍ରା -୧୪.୯ ଡିଗ୍ରୀ

20/12/2018 at 3:02 PM

ଦିଲ୍ଲୀ ୨୦/୧୨ : କିଛି ଦିନ ହେଲା ଦେଶରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି | ଉତ୍ତର ଭାରତରେ ଶୀତ ନିଜର ପ୍ରଭାବ ଦେଖାଇବା ଆରମ୍ଭ କରିଛି | ଜାମ୍ମୁ କାଶ୍ମୀର ପାଖାପାଖି ଅଂଚଳରେ ସର୍ବନିମ୍ନ ତାପମାତ୍ରା ପାରଦ ତଳେ ରହିଛି | ଜାମ୍ମୁ ଅନ୍ତର୍ଗତ ଲେହର ସର୍ବନିମ୍ନ ତାପମାତ୍ରା -୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି | ଅପରପକ୍ଷରେ କାରଗିଲର ସର୍ବନିମ୍ନ ତାପମାତ୍ରା – ୧୪.୯ ଡିଗ୍ରୀ ରହିଛି | ପହଲଗାମର ସର୍ବନିମ୍ନ ତାପମାତ୍ରା -୮.୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଗୁଲମାର୍ଗର ସର୍ବନିମ୍ନ ତାପମାତ୍ରା -୪ ଡିଗ୍ରୀ ରେକର୍ଡ କରାଯାଇଛି | 

ମାତା ବୈଷ୍ଣବ ଦେବୀ ଅନ୍ତର୍ଗତ ଶିବିର କଟଡାର ସର୍ବନିମ୍ନ ତାପମାତ୍ରା -୭ ଡିଗ୍ରୀ ରହିଛି | ଚାଷଜମିରେ କରାଯାଇଥିବା ଫସଲରେ ବରଫ ଜମିଯାଇଥିବା ଦେଖିବାକୁ ମିଳିଛି | ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶର ପଶ୍ଚିମ ଭାଗ ଏବଂ ମଧ୍ୟ ପ୍ରଦେଶରେ ମଧ୍ୟ ହାଡଭଙ୍ଗା ଶୀତ ପଡିଛି | ପଞ୍ଜାବ ଏବଂ ହରିୟାଣାରେ ଶୀତ ସହ ଶୀତୁଆ ପବନ ମଧ୍ୟ ବୋହୁଛି | 


ଉତ୍ତରାଖଣ୍ଡର ୫ଟି ସହରରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ତଳେ ରହିଛି | ଅଲମୋଡାରେ ଗତ ତିନି ଦିନ ହେଲା ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ତଳେ ରହିଛି | ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ | ଲାହୁଲ-ସ୍ଥିତି ଜିଲ୍ଲା ମୁଖ୍ୟାଳୟ କେଳାଙ୍ଗର ତାପମାତ୍ରା -୬.୨ ଡିଗ୍ରୀ ରେକର୍ଡ କରାଯାଇଛି |
ଭୋପାଲ ସହ ମଧ୍ୟ ପ୍ରଦେଶର ଅନେକ ଜିଲ୍ଲା ଶୀତରେ ଥରୁଛି | ବୁଧବାର ଭୋପାଲ, ଖଜୁରହୋ, ବୈତୁଲ, ରତଳାମ, ଉଜେଜେନରେ ଶୀତ ଲହରୀ ଜାରି ଥିଲା | 


ପଞ୍ଜାବର ଆଦମପୁର ସବୁଠାରୁ ଥଣ୍ଡା ସ୍ଥାନ | ସେଠାରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ ରହିଛି | ଚେମେଲୀ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କୁ ଏହି ଋତୁରେ ଅକ୍ରୁସ୍ତ କରିଥାଏ | ଖୋଲା ପାଗରେ ବରଫରେ ଆଦୃତ ପର୍ବତର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ | ହିମାଳୟ ଆଚ୍ଛାଦିତ ପାହାଡ ଉପରେ ଚେମେଲୀ ଜିଲ୍ଲା ଅବସ୍ଥିତ | ଏଠାରେ ଥିବା ନନ୍ଦା ଦେବୀ ପର୍ବତ, ତ୍ରିଶୂଳ ପର୍ବତ ନିଜ ନିଜ ସୁନ୍ଦରତା ପାଇଁ ପ୍ରସିଦ୍ଧ | ଏଠାରେ ଏମିତି ଅନେକ ପର୍ବତ ଶୃଙ୍ଗ ରହିଛି | 

   Related Posts