ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ହାଡଭଙ୍ଗା ଜାଡରେ ଥରୁଛି ଉପାନ୍ତରୁ ଉପକୂଳ : ୧୫ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ

30/12/2019 at 8:44 AM

ଭୁବନେଶ୍ବର ୩୦/୧୨: ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା । ରାଜଧାନୀ ଭୁବନେଶ୍ବରରୁ ବଲାଙ୍ଗୀର, ବାଲେଶ୍ବରରୁ ମାଲକାନାଗିରି ସବୁଠି ଅସମ୍ଭାଳ ଶୀତ । ତା ସାଙ୍ଗକୁ କୋହଲା ପବନ ସହ ଘନ କୁହୁଡିର ଆସ୍ତରଣ । ଜନଜୀବନକୁ ଅସ୍ତବ୍ୟସ୍ତ ଅସ୍ତବ୍ୟସ୍ତ କରିପକାଇଲାଣି । ଏପରି ସ୍ଥଳରେ ଆଉ ୮ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରି ଜାରି ରହିବ। ଅସହ୍ୟ ଜାଡ଼ ଯୋଗୁଁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର ପାଇଁ ଆଇଏମ୍ ଡି ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

କନ୍ଧମାଳ, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ସ୍ଥାନରେ ତୁଷାରପାତ ହୋଇଥିଲା। ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଏସ୍ ଆରସିଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ଆଶ୍ରୟସ୍ଥଳ ଖୋଲାଯାଇ ନିରାଶ୍ରୟ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଭଦ୍ରକ, ବଲାଙ୍ଗୀର, ସମ୍ବଲପୁରରେ ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲାଯାଇଛି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ନୂଆବର୍ଷ ଦିନ ପାଗ ମେଘୁଆ ରହିବ।

୩୧ ତାରିଖରେ ଆଉ ଏକ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଆସୁଥିବାରୁ ତାପମାତ୍ରା ବଢ଼ିବା ସହ ବର୍ଷା ହେବ। ରବିବାର ଠାରୁ ଉତ୍ତର ପଶ୍ଚିମ, ପୂର୍ବ ଭାରତ ଓ କେନ୍ଦ୍ରୀୟ ଭାରତରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଓଡ଼ିଶାରେ ୧ ତାରିଖରୁ ବର୍ଷାର ସମ୍ଭାବନା ରହିବ। ୨ ଓ ୩ ତାରିଖରେ ଆଭ୍ୟନ୍ତରୀଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ସହିତ କିଛି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି।

   Related Posts