ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି : ବିଭିନ୍ନ ସ୍ଥାନରେ ଖସୁଛି ପାରଦ, ୧୨ତାରିଖ ଯାଏଁ ଲାଗି ରହିବ ଏଭଳି ସ୍ଥିତି

Published By : Prameya-News7 Bureau | December 07, 2019 IST

ଭୁବନେଶ୍ବର ୭।୧: ବିଳମ୍ବରେ ହେଲେ ମଧ୍ୟ ଗତ ଚାରି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି। କେଉଁଠି ୩ ଡିଗ୍ରୀ ଖସୁଛି ତ ଆଉ କେଉଁଠି ୫ ଡିଗ୍ରୀ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ, ସବୁଠି ପାରଦ ହ୍ରାସ ପାଇବାରେ ଲାଗିଛି। ତେବେ ଏଭଳି ସ୍ଥିତି ୧୨ ତାରିଖ ଯାଏଁ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

{"id":194771,"sizeSlug":"large"}

ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ପ୍ରମୁଖ ସହର ଯଥା ଭୁବନେଶ୍ବର, କଟକ, ବାଲେଶ୍ବର, ଚାନ୍ଦବାଲି ଆଦି ସହରରେ ପାରଦ ଅସ୍ବାଭାବିକ ଭାବେ ହ୍ରାସ ପାଇଛି । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ପାଖାପାଖି ଦୁଇ ଡିଗ୍ରୀ କମିଥିବାରୁ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଛି ।

{"id":194772,"sizeSlug":"large"}

ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏବେ ପାଗରେ ଆଉ ବିଶେଷ ପରିବର୍ତ୍ତନ ହେବନି। ୫ଦିନ ଯାଏଁ ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଅଳ୍ପ କେତେକ ସ୍ଥାନରେ ଗୋଟିଏ ଦୁଇ ଡିଗ୍ରୀ ଏପାଖ ସେପାଖ ହୋଇପାରେ। ନ ହେଲେ ସ୍ଥିତିରେ ସେମିତି ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ୮ ତାରିଖ ବେଳକୁ ଦକ୍ଷିଣ ଉପକୂଳ, ମାଲକାନଗିରି, କୋରାପୁଟରେ ହାଲୁକା ବର୍ଷା ହୋଇପାରେ। ନ ହେଲେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.