ପୁଣି ଲେଉଟିଲା ଶୀତ : ଆଗାମୀ ଦୁଇ ଦିନ ଏଭଳି ରହିବ ପାଗ, ବର୍ଷା ସମ୍ଭାବନା

Published By : Prameya-News7 Bureau | January 26, 2020 IST

ଭୁବନେଶ୍ବର ୨୬।୧: କିଛି ଦିନ ପରେ ପୁଣି ଲେଉଟିଛି ଶୀତ। ଆଗାମୀ ଦୁଇ ଦିନ ପାଗ ଏଭଳି ରହିବ। ୨୮ରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ସମ୍ଭାବ୍ୟ ଶୀତ ଲହରୀକୁ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ କାର୍ଯ୍ୟାଳୟରେ ଘରହୀନ ଲୋକଙ୍କ ରାତ୍ରି ରହଣୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ସୋନପୁର, ଅନୁଗୋଳ, ଝାରସୁଗୁଡା, ଦେବଗଡ, ବଲାଙ୍ଗିରରେ ଶୀତ ଲହରି ଅନୁଭୁତ ହେବ। ୨୮ରୁ ଶୀତର ପ୍ରକୋପ କମିଯିବ। ପାଗ ମେଘୁଆ ହେବା ସହ କେତେକ ସ୍ଥାନରେ ବର୍ଷା ହୋଇପାରେ । ଉତ୍ତର ଓଡିଶାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହୋବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ବି ବର୍ଷା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.