ଜାଡରେ ଥରୁଛି ସାରାଦେଶ : ଓଡ଼ିଶାରେ ବି ଶୀତ ଲହରି ଜାରି, ବର୍ଷାରେ ଭିଜିପାରେ ନୂଆବର୍ଷ

Published By : Prameya-News7 Bureau | December 31, 2019 IST

ଭୁବନେଶ୍ବର ୩୧।୧୨: ଜାଡରେ ଥରୁଛି ସାରା ରାଜ୍ୟ । ଭୁବନେଶ୍ବରରୁ କେନ୍ଦୁଝର, ମୟୁରଭଞ୍ଜରୁ କୋରାପୁଟ ସବୁଠି ହାଡଥରା ଶୀତ । ସ୍ବାଭାବିକଠାରୁ ୬ ଡିଗ୍ରୀ ତଳେ ରହୁଛି ପାରଦ । ରାଜ୍ୟରେ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ଶୀତରୁ ରକ୍ଷା ପାଇଁ କିଏ ନିଆଁ ପୋଉଁଛି ତ କିଏ ସକାଳୁ ସକାଳୁ ଚା’ର ମଜା ନେଉଛି ।

{"id":204405,"sizeSlug":"large"}

ରାଜ୍ୟର ୧୬ଟି ସହରରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । କେବଳ ଓଡିଶା ନୁହେଁ ସାରା ଦେଶରେ ମଧ୍ୟ ପ୍ରବଳ ଶୀତ ଲହରି ଜାରି ରହିଛି । ବିଶେଷକରି ଉତ୍ତର ଭାରତର ସ୍ଥିତି ପୂରା ବେହାଲ । ଶ୍ରୀନଗର ଡାଲ୍ ଲେକ ବରଫ ପାଲଟିଯାଇଛି । ମାଇନସ୍ ୬.୨କୁ ଚାଲିଯାଇଛି ତାପମାତ୍ରା । 

{"id":203982,"width":577,"height":409,"sizeSlug":"large"}

ରାଜଧାନୀ ଦିଲ୍ଲୀର ନିମ୍ନତମ ତାପମାତ୍ରା ୨.୫ଡିଗ୍ରୀ କୁ ଖସି ଆସିଛି । ଡିସେମ୍ବର ୧୪ରୁ ଏଭଳି ସ୍ଥିତି ଲାଗି ରହିଛି । ରାଜସ୍ଥାନ ମାଉଣ୍ଟ ଆବୁରେ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି । ଭୟଙ୍କର ଥଣ୍ଡା ସାଙ୍ଗକୁ ଘନ କୁହୁଡି ଦିଲ୍ଲୀ ଏନସିଆର୍ ସହ ସାରା ଉତ୍ତର ଭାରତକୁ ଅସ୍ତବ୍ୟସ୍ତ କରିଛି । ଘନ କୁହୁଡି କାରଣରୁ ବିମାନ ଏବଂ ଟ୍ରେନ୍ ସେବା ଉପରେ ପ୍ରଭାବ ପଡିଛି । ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି । 

{"id":203879,"sizeSlug":"large"}

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପଶ୍ଚିମ ହିମାଳୟ ପଟୁ ବୋହୁଥିବା ପବନର ଗତି ସାମାନ୍ୟ ପରିବର୍ତ୍ତନ ସହ ଆଜି ଠାରୁ ଶୀତ ଲହରୀରୁ ସାମାନ୍ୟ ତ୍ରାହି ମିଳିପାରେ । ସେପଟେ ନୂଆ ବର୍ଷରେ ରାଜ୍ୟକୁ ମଧ୍ୟ  ଭିଜାଇବ ବର୍ଷା।  ୨ ତାରିଖ ଆଡ଼କୁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ବର୍ଷା ପରେ ପୁଣି ଶୀତ ବଢ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.