oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବାଂଲାଦେଶରେ ଶୀତ ଲହରୀ ଗୁରୁତର, ୨୪ଘଣ୍ଟାରେ ୪ ହଜାର ଲୋକ ଅସୁସ୍ଥ

28/12/2019 at 7:41 PM

ଢାକା ୨୮।୧୨: କେବଳ ଭାରତ ନୁହେଁ ବାଂଲାଦେଶ ମଧ୍ୟ ଶୀତ ଲହରୀ ଯୋଗୁ ଗୁରୁତର ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ହେଲା ଦେଶରେ ଜାରି ଶୀତ ଲହରୀ ଯୋଗୁ ବିଭିନ୍ନ ସ୍ଥାନରେ  ୪ ହଜାର ୧୪୯ ଜଣ ଅସୁସ୍ଥ ହୋଇପଡିଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଅଚାନକ ତାପମାତ୍ରା ହ୍ରାସ ଯୋଗୁ ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି।

ସେହିପରି ଥଣ୍ଡା ଯୋଗୁ ବିଭିନ୍ନ ସ୍ଥାନରେ ଡାୟରିଆ ବ୍ୟାପିବାରୁ ୧ହଜାର ୬୩୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ଏହା ଛଡା ଥଣ୍ଡା ଯୋଗୁ ତ୍ୱଚାରୋଗ, ଆଖି ଫୁଲିବା ଓ କାମଳ ରୋଗରେ ୧ହଜାର ୮୮୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ନଭେମ୍ବର ପହିଲାରୁ ଦେଶରେ ଶୀତ ପଡିବା ଆରମ୍ଭ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଅନୁନ୍ୟ ୫୦ଜଣଙ୍କର ମୃତ୍ୟୁ ହୋଇଥିବା ଡାଇରେକ୍ଟର ଜେନେରାଲ ଅଫ ହେଲଥ ସର୍ଭିସ ସୂଚିତ କରିଛନ୍ତି।

ଏଥିରେ ଖଗରାଛରୀର ସମସ୍ତ ମୃତ୍ୟୁ ନିଶ୍ୱାସ ପ୍ରଶ୍ୱାସ ସଂକ୍ରମଣ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସ୍ୱୀକାର କରିଥିବା ବେଳେ ପଞ୍ଚଗଡରେ ଲୋକଙ୍କ ମୃତ୍ୟୁର କାରଣ ଅନ୍ୟାନ୍ୟ ବୋଲି ସୂଚନା ଦିଆଯାଇଛି। ତେବେ ଶୀତ ଲହରୀ ଆଗକୁ ଜାରି ରହିବ ବୋଲି ପାଣିପାଗ ବିଭାଗଙ୍କ ସୂଚନା ପରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ସତର୍କତା ଅବଲମ୍ବନ କରାଯାଉଥିବା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚିତ କରାଯାଇଛି।

   Related Posts