ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ

Published By : Prameya-News7 Bureau | December 09, 2022 IST

କୋରାପୁଟ ୦୯/୧୨: ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । କିଛି ଦିନ ହେବ ରାଜ୍ୟରେ ଅସହ୍ୟ ଜାଡର ପ୍ରକୋପ ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲାର ସମସ୍ତ ବ୍ଳକରେ ଲମତାପୁଟ, ପଟାଙ୍ଗି, କୋରାପୁଟ ଓ ଜୟପୁରରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।

ପ୍ରତିଦିନ ପାରଦ ନିମ୍ନଗାମୀ ହେଉଥିବା ବେଳେ ଥଣ୍ଡା ବୃଦ୍ଧି ପାଉଛି । ଦୁଇଦିନ ହେବ କୋରାପୁଟରେ ପାରଦ ହ୍ରାସ ପାଇଛି । ଯାହା ଫଳରେ ଶୀତ ବଢିଛି l କୋରାପୁଟର ଶିତୁଆ ସକାଳ ସହ ଘନ କୁହୁଡି ଲୋକଙ୍କୁ ବେଶ୍ ଉତ୍ସାହିତ କରୁଛି । ଯାହାକୁ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ମଧ୍ୟ ଛୁଟୁଛି ।

ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ପାରଦ ୭ ଡିଗ୍ରୀରୁ ତଳକୁ ଖସି ଆସିଥିବା ଦେଖିବାକୁ ମିଳିଛି । ତେବେ କୋରାପୁଟ ଜିଲ୍ଲାକୁ ବିଳମ୍ବରେ ଆସିଥିବା ଶୀତ ଆଗକୁ ଆହୁରି ବଢିବା ସହ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.