ଥରୁଛି ଶିମିଳିପାଳ, ଉପର ବାର୍ହା କାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ
4/02/2023 at 8:18 AM

କରଞ୍ଜିଆ ୦୪/୦୨: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ । ରାଜ୍ୟକୁ ପ୍ରବେଶ କରିଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ବଢିଛି ଶୀତ । ଥଣ୍ଡାରେ ଥରୁଛି ଶିମିଳିପାଳ। ଗତକାଲି ଠାରୁ ପ୍ରବଳ ଶୀତ ଅନୁଭୂତ ହେଉଛି ।
ଶିମିଳିପାଳ ଅଭୟାରଣ୍ୟର ଉପର ବାର୍ ହା କାମୁଡ଼ାରେ ସର୍ବନିମ୍ନ ୪ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ନଅଣାରେ ୬ଡିଗ୍ରୀ, ବରେହିପାଣି, ଚହଲା, ଗୁରୁଗୁଡ଼ିଆରେ ୮ଡିଗ୍ରୀ ଓ ରାମତୀର୍ଥ ଠାରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଥିବା ଦେଖିବାକୁ ମିଳିଛି । ତେବେ ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହେବା ସହ ଶୀତ କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023