ଖସୁଛି ପାରଦ, ବଢୁଛି ଥଣ୍ଡା:ଫୁଲବାଣୀ ସମେତ କନ୍ଧମାଳରେ ଶୀତ ଲହରୀ

Published By : Prameya-News7 Bureau | October 29, 2022 IST

କନ୍ଧମାଳ ୨୯/୧୦: ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖାଦେଇଛି ଶୀତ ଲହରୀ । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ସକାଳୁ ସକାଳୁ ଫୁଲବାଣୀ ସହର ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା ।

ଶନିବାର ଫୁଲବାଣୀରେ ତାପମାତ୍ରା ୧୩. ୫ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡିରେ ପାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିଛି । ଆକାଶ ମେଘମୁକ୍ତ ରହିଥିବା ଫଳରେ ତାପମାତ୍ରା କମିବା ସହ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି । ଫଳରେ ସକାଳୁ ସକାଳୁ ଲୋକେ ଥଣ୍ଡାର ମଜା ଉଠାଇବା ସହ ବଡିକୁ ଫିଟ୍ ରଖିବା ଲାଗି ଏକ ସରସାଇଜ, ମର୍ଣ୍ଣିଂ ଓ୍ୱାକ୍ କରୁଛନ୍ତି ।

ସେହିପରି ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ୟ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ମଧ୍ୟ ଥଣ୍ଡା ହେଉଛି । ଥଣ୍ଡା ବଢ଼ୁଥିବାରୁ ରାସ୍ତାକଡ଼େ ମେଲିଥିବା ଶୀତବସ୍ତ୍ର କିଣିବାଲାଗି ଭିଡ଼ ଦେଖିବାକୁ ମିଳୁଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.