ଅସହ୍ୟ ଜାଡରେ ଥରୁଛି ଓଡ଼ିଶାର କାଶ୍ମୀର, ତୁଷାର ପାତର ମଜା ନେଉଛନ୍ତି ପର୍ଯ୍ୟଟକ

Published By : Prameya-News7 Bureau | December 22, 2021 IST

ଦାରିଙ୍ଗବାଡି ୨୨/୧୨ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ତୃତୀୟ ଦିନରେ ହାଲକା ତୁଷାରପାତ ଜାରିରହିଛି । ହାଡ଼ଭଙ୍ଗା ଶୀତ ଥଣ୍ଡାରେ କମ୍ପୁଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ଗ୍ରାମାଞ୍ଚଳରେ ଦିନମଜୁରିଆଙ୍କ ବଢ଼ି ଯାଇଛି ଦୁଃଖ ।

କାରଣ ଅସହ୍ୟ ଥଣ୍ଡା ପାଇଁ ବୃଦ୍ଧ ବୃଦ୍ଧାଙ୍କ ସାହାରା ପାଲଟିଛି କାଠ ଗଣ୍ଡି । ନିଆଁ ଦିନ ତମାମ ଶୀତ ଅନୁଭୂତ ହେଉଛି ଚାଷ କାମରେ ବ୍ୟାହତ ଘଟୁଛି । ଏପଟେ ତୁଷାର ପାତର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସୁଅ ଦାରିଙ୍ଗବାଡ଼ିକୁ ଛୁଟିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.