ପ୍ରବଳ ଶୀତରେ ଥରିବ ଉତ୍ତର ଭାରତ, ଏସବୁ ରାଜ୍ୟକୁ ଆଲର୍ଟ କଲା ପାଣିପାଗ ବିଭାଗ

Published By : Prameya-News7 Bureau | December 08, 2024 IST

News7

ନୂଆଦିଲ୍ଲୀ: ଖସିବ ପାରଦ। ପ୍ରବଳ ଶୀତରେ ଥରିବ ଉତ୍ତର ଭାରତ। ଏନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର ୧୦ରୁ ଡିସେମ୍ବର ୧୪ ମଧ୍ୟରେ ସିଭିୟର କୋଲ୍ଡ ଓ୍ୱେଭ୍‌ ନେଇ ଆଲର୍ଟ ଜାରି କରାଯାଇଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର କିଛି ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। 

ପ୍ରବଳ ଥଣ୍ଡା ସହିତ କୁହୁଡ଼ିର ପ୍ରଭାବ ମଧ୍ୟ ଏଠାରେ ଦେଖାଦେବ। ଡିସେମ୍ବର ୮ ଏବଂ ୯ରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘୁଆ ରହିପାରେ। ହାଲୁକା ବର୍ଷା ମଧ୍ୟ ହୋଇପାରେ। ବର୍ତ୍ତମାନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା 7 ଡିଗ୍ରୀ ସେଲସିୟସ ରହିଛି। ଡିସେମ୍ବର ୧୦ ପରେ ଏହି ତାପମାତ୍ରା ଆହୁରି ୩ ଡିଗ୍ରୀ ସେଲସିୟସକୁ ଖସିପାରେ। 

ହିମାଳୟରେ ତୁଷାରପାତ ଏବଂ  ପଶ୍ଚିମା ଝଡ ଯୋଗୁଁ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତ ବଢ଼ିବ। ଏହା ସହିତ ଡିସେମ୍ବର ୯ ଏବଂ ୧୦ରେ ଉତ୍ତର ଭାରତର ଅନେକ ଅଞ୍ଚଳରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ସାଧାରଣ ଜୀବନ ପ୍ରଭାବିତ ହୋଇପାରେ। ଉତ୍ତର ଭାରତର ସମତଳ ଅଞ୍ଚଳରେ ସବୁଠୁ ଅଧିକ ଥଣ୍ଡା ହରିୟାଣାରେ ରେକର୍ଡ କରାଯାଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୪.୭ ଡିଗ୍ରୀ ସେଲସିୟସରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.