ଓଡ଼ିଶାର କାଶ୍ମୀରରେ ଡେରିରେ ଆସିଛି ଶୀତ, ଏ ବର୍ଷ ଅଧିକ ଥଣ୍ଡା ପଡିବା ନେଇ ଆଶଙ୍କା

Published By : Prameya-News7 Bureau | November 06, 2024 IST

ଦାରିଙ୍ଗବାଡୀ ୦୬/୧୧: ଚଳିତ ବର୍ଷ ଶୀତ ଆସିବାର ବିଳମ୍ବ ହୋଇଛି । ବିଷେଷକରି କନ୍ଧମାଳ ଜିଲାରେ ବିଳମ୍ୱରେ ଆସିଛି ଶୀତ । ଦୀପାବଳୀ ଅମାବାସ୍ୟା ଠାରୁ ଶୀତ ଆସିଛି । ଆଉ ଶୀତ ଆସିବାକ୍ଷଣି ଦେଖାଯାଇଛି ତୁଷାରର ଧଳା ଆସ୍ତରଣ। ତେବେ ଡିସେମ୍ବର ମାସରେ ଏଭଳି ତୁଷାର ପଡିବା ଦେଖିବାକୁ ମିଳୁଥିବା ନଜିର ରହିଥିବା ବେଳେ ଗୋଟିଏ ମାସ ପୂର୍ବରୁ ତାହା ଦେଖିବାକୁ ମିଳିଛି। 

ସୂଚନା ଥାଉକି, ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଏଥିରୁ ଅନୁମାନ କରାଯାଉଛି ଜଳବାୟୁର ଅନିୟମିତତା ଯୋଗୁ ଶୀତ ଡେରିରେ ଆସିଥିଲେ ସୁଦ୍ଧା ଚଳିତ ଥର ଅଧିକା ଶୀତ ପଡିବା ଅଞ୍ଚଳବାସୀ ଆଶଙ୍କା କରିଛନ୍ତି । ଗତ କିଛିଦିନ ହେଲା ପାଗ ଶୁଖିଲା ରହିବା ସହ ସକାଳ ଓ ସଂଧ୍ୟା ସମୟରେ ଶୀତ ଅନୁଭୂତି ହେଉଛି । ମଧ୍ୟରାତ୍ରିରୁ ଭୋର ମଧ୍ୟରେ ଅଧିକା ଶୀତ ପଡିବା ସହ ସକାଳର କୁହୁଡି ଶୀତକୁ ଦ୍ବିଗୁଣିତ କରୁଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.