Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ଗଂଜାମରେ ଶୀତଳ ଭଣ୍ଡାର ; ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

8/06/2018 at 1:28 PM

ଚାଷୀକୁଳ ପୁରା ଖୁସ୍। ଚାଷୀଙ୍କ ସୁବିଧା ପାଇଁ ନିଆଗଲା ପଦକ୍ଷେପ। ପନି, ପରିବା ପଚି ନଷ୍ଟ ହେବ ନାହିଁ କି ଅଭାବ ବିକ୍ରି ମଧ୍ୟ ହେବ ନାହିଁ। ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳନ୍ଥରା ଠାରେ ସ୍ଥାପିତ ହେଲା ଜିଲ୍ଲାର ପ୍ରଥମ ଶୀତଳ ଭଣ୍ଡାର। ଏକ କୋଟି ଟଙ୍କା ଅଟକଳ ବ୍ୟୟରେ ୨୫୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାରକୁ ଆଜି ଖାଦ୍ୟ, ଯୋଗାଣ ଖାଉଟି ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍‌ଘାଟନ କରିଛନ୍ତି । ପିଆଜ ବ୍ୟତୀତ ଅନ୍ୟ ସବୁ ପନିପରିବା, ଫୁଲ, ଆଳୁ, ମାଛ, ମାଂସ, ଚିଙ୍ଗୁଡି ଭଳି ସମସ୍ଥ ଖାଦ୍ୟ ପଦାର୍ଥ ଏହି ଶୀତଳ ଭଣ୍ଡାରରେ ଗଚ୍ଛିତ କରି ରଖାଯାଇପାରିବ। ଉତ୍ପାଦିତ ଫସଲର ମୂଲ୍ୟ ବଜାରରେ ଜମ୍ ରହିଲେ ଚାଷୀ ଶୀତଳ ଭଣ୍ଡାରରେ ଖାଦ୍ୟ ପଦାର୍ଥକୁ ଗଚ୍ଛିତ କରି ରଖିପାରିବ। ଯାହା ଦ୍ବାରା ଅଭାବ ବିକ୍ରିକୁ ରୋକାଯାଇପାରିବ ବୋଲି କହିଛନ୍ତି ଖାଦ୍ୟ, ଯୋଗାଣ ଖାଉଟି ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଏହାର ସୁଫଳ ମିଳିପାରିଲେ ଶୀତଳ ଭଣ୍ଡାରର କ୍ଷମତା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଜିଲ୍ଲାର ହିଞ୍ଜିଳି, ଦିଗପହଣ୍ଡି, କୁକୁଡାଖଣ୍ଡି ପ୍ରମୁଖ ସ୍ଥାନରେ ମଧ୍ୟ ଶୀତଳ ଭଣ୍ଡାର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗତ କିଛି ମାସ ପୂର୍ବେ ଗଞ୍ଜାମ ଜିଲ୍ଲାର ରମ୍ଭା ଅଞ୍ଚଳ ସମେତ ଜିଲ୍ଲାର କେତେକ ଅଞ୍ଚଳରେ ଟମାଟର ଅଭାବ ବିକ୍ରି ଦେଖାଦେଇଥିଲା। ଏ ସଂପର୍କରେ ନ୍ୟୁଜ୍ ୭ ପ୍ରଥମେ ଖବର ପ୍ରସାରଣ କରି ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଚାଷୀକୁଳ ଟମାଟର ଅଭାବ ବିକ୍ରି ନେଇ ହତାଶ୍ ହୋଇପଡିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ଚାଷୀମାନେ ରାସ୍ତା କଡରେ ଟମାଟ ଫୋପାଡିଥିଲେ। ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଥିଲା ଚାଷୀକୁଳକୁ। ଶୀତଳ ଭଣ୍ଡାର ସ୍ଥାପନ ନେଇ ସେତେବେଳେ ଚାଷୀକୁଳ ଦାବୀ କରିଥିଲେ। ଏବେ ଚାଷୀଙ୍କ ଦାବୀ ପୂରଣ ହୋଇଥିବାରୁ ଚାଷୀକୁଳ ବେଶ୍ ଖୁସିଥିବା କହିଛନ୍ତି।
ଓଡିଶା – ଆନ୍ଧ୍ର ସୀମାନ୍ତ ହେଉଛି ଗୋଳନ୍ଥରା। ଏହି ଅଞ୍ଚଳ ବିଶେଷ କରି କୃଷି ଉତ୍ପାଦିତ ଅଞ୍ଚଳ। ଦୈନିକ ହଜାର ହଜାର ଟନ୍ ପନି ପରିବା, ମାଛ, ଚିଙ୍ଗୁଡି ଭଳି ଖାଦ୍ୟ ପଦାର୍ଥର ବ୍ୟବସାୟ ହୋଇଥାଏ। ଚାଷୀଙ୍କ ସୁବିଧା ପାଇଁ ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏଠାରେ ଶୀତଳ ଭଣ୍ଡାର ସ୍ଥାପନ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଚାଷୀଙ୍କ ସୁବିଧା ପାଇଁ ପ୍ରଥମ ଥର ପାଇଁ ଶୀତଳ ଭଣ୍ଡାର ସ୍ଥାପନ କରାଯାଇଥିବାରୁ ବହୁତ ଖୁସି ବୋଲି କହିଛନ୍ତି ସ୍ତାନୀୟ ବିଧାୟକ ଡଃ. ପ୍ରଦୀପ ପାଣିଗ୍ରାହୀ। ଏହି ସରକାରୀ ଶୀତଳ ଭଣ୍ଡାରକୁ କିନ୍ତୁ ଜଣେ ବ୍ୟବସାୟୀଙ୍କୁ ଲିଜ୍ ଆକାରରେ ପ୍ରଦାନ କରାଯାଇଛି। ସରକାରୀ ନିୟମାନୁସାରେ ସମସ୍ଥ ପ୍ରକାର ସୁବିଧା ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଏହି ବ୍ୟବସାୟୀ ଜଣକ। ନବ ନିର୍ମିତ ଏହି ଶୀତଳ ଭଣ୍ଡାରରେ ୪ଟି କୋଠରୀର ବ୍ୟବସ୍ଥା କରାଯାଇଛି। ୨ଟି କୋଠରୀରେ ପଜିଟିଭ୍ ଏବଂ ଅନ୍ୟ ଦୁଇଟି କୋଠରୀରେ ନେଗେଟିଭ୍ ବ୍ୟବସ୍ଥା କରାଯାଇଛି। ୧୫୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପଜିଟିଭ୍ ଦୁଇଟି କୋଠରୀରେ ପନିପରିବା, ଫୁଲ, ଫଳ ଭଳି ଖାଦ୍ୟ ପଦାର୍ଥ ରହିପାରିବା ବ୍ୟବସ୍ଥା କରାଯାଇଥିବା ବେଳେ ୫୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ନେଗେଟିଭ୍ ଅନ୍ୟ ଦୁଇଟି କୋଠରୀରେ ମାଛ, ମାଂସ ଭଳି ଖାଦ୍ୟ ପଦାର୍ଥ ରହିପାରିବା ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ସଂପାଦକ ଅରୁଣ କୁମାର ମିଶ୍ର।

Leave a Reply

   Related Posts