ଏବେ ଅବହେଳିତ ଅବସ୍ଥାରେ ବଳରାମ ଗଡ଼ି ମାଛ ଧରା କେନ୍ଦ୍ର : ଜେଟି ଓ ଶୀତଳଭଣ୍ଡାର ନଥିବାରୁ ଅନେକ କ୍ଷତି ସହୁଛନ୍ତି ଟ୍ରଲର ମାଲିକ

Published By : Prameya-News7 Bureau | June 23, 2019 IST

ବାଲେଶ୍ବର ୨୩/୬:  ବଳରାମ ଗଡ଼ି ମାଛ ଧରା କେନ୍ଦ୍ର ଅବହେଳିତ । ୨ ମାସ ପରେ ପୁଣି ମାଛ ଧରା ଆରମ୍ଭ ହୋଇଛି । । ଟ୍ରଲର ମାଲିକମାନେ ଏବେ ଭଲ ମାଛ ପାଉଛନ୍ତି । ହେଲେ ବଳରାମଗଡ଼ିରେ ଜେଟି ଓ ଶୀତଳଭଣ୍ଡାର ନଥିବାରୁ  ଟ୍ରଲର ମାଲିକମାନେ ଅନେକ କ୍ଷତି ସହୁଛନ୍ତି ।  ଆଜିକୁ ୧୦ ବର୍ଷ ହେବ ସରକାରଙ୍କ ନିକଟରେ ଜେଟି ଓ ଶୀତଳଭଣ୍ଡାର ପାଇଁ  ଗୁହାରି କରିଆସୁଥିଲେ ବି ଫଳ ଘର ଶୂନ ।

{"id":126143}

ଏଠାରୁ ୫ ଶହରୁ ଉର୍ଦ୍ଧ ଟ୍ରଲର ସମୁଦ୍ରକୁ ଯାଇଥାଆନ୍ତି ମାଛ ମାରିବା ପାଇଁ । ଏହି ମାଛଧରା କେନ୍ଦ୍ର ଉପରେ ୧୦ ହଜାରରୁ ଉର୍ଦ୍ଧ ଲୋକ  ନିର୍ଭର କରି ପରିବାର ପ୍ରତିପୋଷଣ କରିଥାଆନ୍ତି । ଏଠାରୁ ପ୍ରଚୁର ପରିମାଣର ମାଛ ଧରା ହେଲେ ବି ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରଟିଏ ନାହିଁ । ତେଣୁ ଟ୍ରଲରମାଲିକମାନେ  ଏହି ମାଛକୁ ଯଥାଶୀଘ୍ର  ପଶ୍ଚିମ ବଙ୍ଗ ପଠାଇଦିଅନ୍ତି ନହେଲେ  ଶାଗ ମାଛ ଦରରେ ବାହାରର ବେପାରୀଙ୍କ ହାତକୁ ଟେକିଦେଇଥାଆନ୍ତି । ଫଳରେ  ସ୍ଥାନୀୟ ବେପାରୀ ହାତଟେକି ବସୁଥିବା ବଳେ ବାହାର ବେପାରୀ  ମାଲେମାଲ୍ ହୁଅନ୍ତି । ସେହିଭଳି ଏଠାରେ ଟ୍ରଲର ଗୁଡ଼ିକି କୂଳରେ ଲାଗିବାପାଇଁ ଗୋଟିଏ ବି ଜେଟି ନାହଁ ।   

{"id":126144}

ବାଲେଶ୍ବରରୁ ପ୍ରତି ଦିନ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼,ଝାଡ଼ଖଣ୍ଡ ଆଦି ରାଜ୍ୟକୁ ମାଛ ରପ୍ତାନୀ ହୋଇଥାଏ ।  ଚିଙ୍ଗୁଡ଼ି ,ପମ୍ପରେଟ, ଇଲିସି ଭଳି ମାଛ ବାଙ୍ଗଲାଦେଶ, ଚୀନ୍ ସମେତ ବିଭିନ୍ନ ଦେଶକୁ ଯାଇଥାଏ । ୨୦୧୪ରେ ସରକାର ଏଠାରେ ୫୦ କୋଟି ଟଙ୍କା ବ୍ୟୟରେ ଗୋଟିଏ ଜେଟି ନିର୍ମାଣ କରିବା ପାଇଁ ଅର୍ଥ ଦେଇଥିଲେ । ହେଲେ ଟେଣ୍ଡର କେହି ନପକାଇବାରୁ ତାହା ହୋଇ ପାରିଲା ନାହଁ। ସେହିଭଳି ଏଠାରେ ଏକ ପ୍ରସେସିଂ ପ୍ଲାଣ୍ଟ କରିବା ପାଇଁ ସରକାର ୯ କୋଟି ଟଙ୍କା ଦେଇଛନ୍ତି ।ହେଲେ  ବିଭାଗୀୟ ଅବହେଳା ପାଇଁ ଏହା ଆଜି ପର୍ଯ୍ୟନ୍ତ ହେଇପାରିଲାନି ।

{"id":126145}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.