ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଆଶଙ୍କା, IMDଙ୍କ ସତର୍କତା ପୁଣି ବଢିବ ଥଣ୍ଡା

Published By : Prameya-News7 Bureau | January 04, 2020 IST

ନୂଆଦିଲ୍ଲୀ ୪।୧:  ଗତ ଡିସେମ୍ବର ମାସରେ  ଦିଲ୍ଲୀରେ ଥଣ୍ଡା ୧୧୯ ବର୍ଷର ରେକର୍ଡ ଭାଙ୍ଗିଥିଲା। ପାଗ ପରିବର୍ତ୍ତନ ଯୋଗୁ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ପୁଣି ଏକ ଶୀତ ଲହରୀ ସମଗ୍ର ଉତ୍ତରଭାରତକୁ ମୁହାଁଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ କରାଇଛନ୍ତି। ଏଥିଯୋଗୁ ରବିବାର ଠାରୁ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ଓ ହୀମପାତ ପୁଣି ଆରମ୍ଭ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

{"id":206954,"sizeSlug":"large"}

ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସର ଆଶଙ୍କା କରାଯାଉଥିବା ବେଳେ ଏଥିଯୋଗୁ ପାଣିପାଗରେ ପୁଣି ଅସ୍ୱଭାବିକ ପରିବର୍ତ୍ତନର ଆଶଙ୍କା କରାଯାଉଛି। ଏଥିଯୋଗୁ ଦିଲ୍ଲା ଓ ଏନସିଆର ସମେତ ସମଗ୍ର ଉତ୍ତରଭାରତର ପ୍ରଭାବିତ ହେବ। ଯାହାର ପୂର୍ବୋତ୍ତର ଓ ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ବି ପ୍ରଭାବିତ କରିବ। ଏଣୁ ପୁଣି ଦିନର ତାପମାତ୍ରା ହ୍ରାସ ସହ ଲୋକେ ଥଣ୍ଡାରେ ଥରିବେ ବୋଲି ଆଶଙ୍କା କରାଗଲାଣି।

{"id":206955,"width":582,"height":327,"sizeSlug":"large"}

ଶନିବାର ରାଜଧାନୀରେ ତାପମାତ୍ରାରେ ସୁଧାର ଆସିଥିଲା। ସକାଳେ ଘନ କୁହୁଡି ଥିବା ବେଳେ ସୂର୍ଯ୍ୟଙ୍କ କିରଣ ପଡିବା ପରେ ପାଗ ଉଷ୍ମ ହୋଇଥିଲା। ତେବେ ରବିବାର ରାଜଧାନୀର ପାଗ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ କହିଛନ୍ତି। ଗତଗ୍ରୀଷ୍ମ ଋତୁରେ ରାଜସ୍ଥାନ ଶ୍ରୀଗଙ୍ଗାନଗରର ସର୍ବାଧିକ ତାପମାତ୍ରା ୫୦ ଡିଗ୍ରି ଛୁଇଁଥିଲା। ଶୀତ ଋତୁରେ ତାପମାତ୍ରା ୧.୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.