scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୋଲ୍ଡ ଡ୍ରିଙ୍କ୍‌ସରେ ରହିଛି କ୍ୟାନ୍ସର ତତ୍ତ୍ୱ, ଥଣ୍ଡା ପାନୀୟରେ ଥିବା ମିଠା ବିପଜ୍ଜନକ କହିଲା WHO

30/06/2023 at 1:46 PM

ନୂଆଦିଲ୍ଲୀ ୩୦/୦୬: ବଜାରରେ ମିଳୁଥିବା ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କ୍‌ସରେ ରହିଛି କ୍ୟାନ୍‌ସର ତତ୍ତ୍ୱ । ଏନେଇ ଚେତାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । କୋକାକୋଲା ସମେତ ଅନ୍ୟ ଡ୍ରିଙ୍କ୍‌ସ ଏବଂ ଖାଦ୍ୟ ପଦାର୍ଥରେ ବ୍ୟବହୃତ ଆର୍ଟିଫିସିଆଲ ସୁଇଟନ୍‌ର ବା କୃତ୍ରିମ ମିଠା କ୍ୟାନ୍‌ସର କରାଇବାର ଆଶଙ୍କା ରହିଥିବା ଡବ୍ଲ୍ୟୁଏଚ୍‌ଓ ସ୍ପଷ୍ଟ କରିଛି ।

ଆର୍ଟିଫିସିଆଲ ସୁଇଟ୍‌ନର ଭାବେ ଆସ୍‌ପାର୍ଟେମ ନାମକ ପଦାର୍ଥକୁ ଥଣ୍ଡା ପାନୀୟ, ଡାଏଟ ସୋଡାଠାରୁ ଆରମ୍ଭ କରି ଚୁଇଂଗମ୍‌ ଏବଂ ଅନ୍ୟ କୋଲ୍ଡ ଡ୍ରିଙ୍କ୍‌ସରେ ବ୍ୟବହାର କରାଯାଇଥାଏ । କ୍ୟାନ୍‌ସର ଉପରେ ଗବେଷଣା କରୁଥିବା ସଂସ୍ଥା ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନ୍‌ସର(ଆଇଏଆର୍‌ସି) ଜୁଲାଇରେ ଆସ୍‌ପାର୍ଟେମ୍‌କୁ କ୍ୟାନ୍‌ସର କାରକ ପଦାର୍ଥ ତାଲିକାରେ ସାମିଲ କରିବ ।

ଆସ୍‌ପାର୍ଟେମର କେତେମାତ୍ରାରେ ବ୍ୟବହାର ଶରୀର ପାଇଁ ହାନିକାରକ ନୁହେଁ ସେ ନେଇ ଡବ୍ଲ୍ୟୁଏଚ୍‌ଓ ସ୍ପଷ୍ଟ କରିନାହିଁ । ଡବ୍ଲ୍ୟୁଏଚ୍‌ଓର ଜେଇସିଏଫ୍‌ଏ କମିଟି ଚଳିତ ବର୍ଷ ଆସ୍‌ପାର୍ଟେମର ବ୍ୟବହାର ଉପରେ ସମୀକ୍ଷା କରୁଛି । ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ଆସ୍‌ପାର୍ଟେମର ବ୍ୟବହାର କଲେ ତାହା ହାନିକାରକ ହୋଇ ନ ଥାଏ ବୋଲି ପୂର୍ବରୁ ଏହି କମିଟି କହିଥିଲା ।

you can also read…

   Related Posts