ନୂଆଦିଲ୍ଲୀ ୨୦।୦୫: ପ୍ଲାଷ୍ଟିକ ପରିବେଶ ପ୍ରତି ବହୁତ ହାନୀକାରକ। ତେଣୁ ଯେତିକି ପ୍ଲାଷ୍ଟିକର ବ୍ୟବହାର କମ୍ କରିବା ତାହା ଆମ ପାଇଁ ସେତିକି ଫଳ ପ୍ରଦ ହେବ। ଏହି ଅଭିଯାନକୁ ସମର୍ଥନ କରି ବଡ କୋଲ୍ଡ ଡ୍ରିଙ୍କ୍ସ କମ୍ପାନୀ କୋକା କୋଲା ଓ କାଲ୍ସବର୍ଗ କାଚ ଓ ପ୍ଲାଷ୍ଟିକର ପ୍ୟାକିଂରୁ ମୁକ୍ତି ପାଇବା ଲାଗି ଏକ ଇକୋ ଫ୍ରେଣ୍ଡଲି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରି ଦେଇଛନ୍ତି। ୨୦୨୩ ସୁଦ୍ଧା କାଚ କିମ୍ବା ପ୍ଲାଷ୍ଟିକ ବୋତଲ ବଦଳରେ କୋଲ୍ଡ ଡ୍ରିଙ୍କ୍ସ ଓ ବିୟର କାଗଜ ବୋତଲରେ ବିକ୍ରି କରିବାକୁ ଏହି ଦୁଇ କମ୍ପାନୀ ଲକ୍ଷ୍ୟ ରଖିଛନ୍ତି।
କୋକା କୋଲା, କାର୍ଲ୍ସବର୍ଗ ଓ ଲୋରିୟଲ ଡଚ୍ ପେପର ରିନ୍ୟୁଏବଲ କେମିକାଲ୍ସ କମ୍ପାନୀ ଏଭାନଟିୟମ, ପେପର ପ୍ୟାକେଜିଂ ଡେଭଲପର ବିଲରୁଡ କୋର୍ସେନ୍ସ ଆଦି କମ୍ପାନୀ କାଗଜ ବୋତଲ ପ୍ରୋଜେକ୍ଟକୁ ସମର୍ଥନ କରିଛନ୍ତି। ଏଏଲପିଏଲଏ ଦ୍ଵାରା ହେଉଥିବା ଏହି ପ୍ରୋଜେକ୍ଟ ଆଧାରରେ ପରିବେଶ ଅନୁକୂଳ ଚାରାରୁ କାଗଜ ବାହାର କରି ବୋତଲ ପ୍ରସ୍ତୁତ କରାଯିବ।
FPEF ପ୍ଲାଷ୍ଟିକର ଉପଯୋଗ କରି କାଗଜ ବୋଲତ ପ୍ରସ୍ତୁତ କରାଯିବ। ଫଲରେ ଏହା ଗୋଟିଏ ବର୍ଷ ଭିତରେ ମାଟିରେ ସଢି ମିଶିପାରିବ। କିନ୍ତୁ ପ୍ଲାଷ୍ଟିକ ଓ କାଚର ବୋତଲ ମାଟିରେ ମିଶିନଥାଏ। କାଚ ପ୍ଲାଷ୍ଟିକ୍ ପରି କ୍ଷତିକାରକ ନହେଲେ ବି ଏହାକୁ ରିସାଇକିଲ୍ କରିବା ଏତେ ସହଜ ହୋଇନଥାଏ। କାଚ ଓ ପ୍ଲାଷ୍ଟିକ୍ର ବୋତଲ ଜଙ୍ଗଲଠୁ ନେଇ ସମୁଦ୍ରରେ ପଶୁ ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ହାନୀକାରକ ହୋଇଥାଏ। ସୂର୍ଯ୍ୟ କିରଣ ଯେବେ କାଚ ବୋତଲରେ ପଡେ ତେବେ ଏହା ଜଙ୍ଗଲରେ ଅଗ୍ନିକାଣ୍ଡର କାରଣ ମଧ୍ୟ ହୋଇଥାଏ।