ଜଗତପୁର ପୋଲିସର ଚଢାଉ, ୨୩୦ ବସ୍ତା ହାଡ କୋକ ଜବତ

Published By : Prameya-News7 Bureau | May 27, 2022 IST

ସାଲେପୁର ୨୭/୦୫: ଜଗତପୁର ପୋଲିସ ଚାଢାଉ କରି ପାଗା ଛକନ ନିକଟରୁ ଏକ ପିକଅପ୍ ଭ୍ୟାନରୁ ପ୍ରାୟ ୨୩୦ ବସ୍ତା ବେଆଇନ ହାଡ଼ କୋକ ଜବତ କରିଛି।ଜବତ କୋଇଲା ମୂଲ୍ୟ ଲକ୍ଷ ଧିକ ଟଙ୍କା ହେବବୋଲି ଜଣାପଡିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ପାଗା ଛକ ନିକଟରେ । ପୋଲିସ ଗାଡ଼ିଟିକୁ ଜବତ କରିବା ସମୟରେ କୌଶଳ କ୍ରମେ ବ୍ୟବସାୟୀ ସେଠାରୁ ଫେରାର ହୋଇଯାଇଥିଲା ।

ମିଳିଥିବା ଖବର ମୁତାବକ ଗୋପିନାଥପୁରରୁ ପାଗା ଅଭିମୁଖେ ଯାଉଥିବା ଚୋରା ହାଡ କୋକ କୈାଣସି ସୂତ୍ରରୁ ଜଗତପୁର ପୋଲିସ ଖବର ପାଇ ପାଗା ଛକରେ ଜଗି ରହିଥିଲେ । ତେବେ ପୋଲିସ କୁ ଦେଖି ଗାଡ଼ି ଦୃତ ଗତିରେ ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ପିଛା କରୁଥିବା ଦେଖି ଗାଡ଼ି ଡ଼୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଥିଲା ।

ପୋଲିସ ତଦନ୍ତରେ ଏହି ଚୋରା ବ୍ୟବସାୟ କରୁଥିବା ପୂର୍ବକଛର ଧନେଶ୍ଵର ସାହୁ ପୋଲିସ ସୂଚନା ଦେଇଛି । ଧନେଶ୍ଵର ଦୀର୍ଘ ଦିନ ହେବ ପୂର୍ବକଛ ଅଞ୍ଚଳରେ ଏହି ଚୋରା କୋଇଲା ବ୍ୟବସାୟ କରିଆସୁଛି । ଏହି ଚୋରା କାରବାରରେ ଲାଗୁଥିବା ଏକ ବାଇକ୍ କୁ ଜବତ କରିଛି ପୋଲିସ । ଖୁବ୍ ଶୀଘ୍ର ଅଭିଯୁକ୍ତ ଧରିବ ବୋଲି ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.