ଜାରି ରହିଛି ଛଟେଇ; ଏବେ ୩,୫୦୦ କର୍ମଚାରୀଙ୍କୁ ବାହାର କରିବ Cognizant

Published By : Prameya-News7 Bureau | May 04, 2023 IST

ନୂଆଦିଲ୍ଲୀ, ୦୪/୦୫: ଦୁନିଆରେ ଅନେକ କମ୍ପାନୀ ଏପର୍ଯ୍ୟନ୍ତ ଆର୍ଥିକ ମାନ୍ଦାବସ୍ଥାର କାରଣ ଦର୍ଶାଇ କର୍ମଚାରୀଙ୍କ ଛଟେଇ କରିଛନ୍ତି। ଖାସ୍‌ କରି ଆଇଟି କମ୍ପାନୀମାନେ ହଜାର ହଜାର କର୍ମଚାରୀଙ୍କ ଛଟେଇ ହୋଇଛି। ତେବେ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଆଉ ଏକ କମ୍ପାନୀ ଛଟେଇ କରିବାକୁ ଯାଉଛି। ସୂଚନା ଅନୁଯାୟୀ ଆମେରିକୀୟ ଆଇଟି କମ୍ପାନୀ କଗ୍ନିଜାଣ୍ଟ ବଡ଼ ମାତ୍ରାରେ କର୍ମଚାରୀଙ୍କ ଛଟେଇ କରିବ। ତେବେ ୨୦୨୩ରେ କମ୍ପାନୀର ଆୟ ହ୍ରାସକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କମ୍ପାନୀ ୩,୫୦୦ରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି। ପ୍ରକୃତରେ ୨୦୨୩ରେ କମ୍ପାନୀର ଆୟ କମ୍‌ ହେବା ନେଇ ଅନୁମାନ କରାଯାଉଛି। ଆଉ ଏଥିରୁ ବର୍ତ୍ତିବା ପାଇଁ କମ୍ପାନୀ ଏତେ ସଂଖ୍ୟକ କର୍ମଚାରୀଙ୍କ ଛଟେଇ କରୁଥିବା ନେଉ କୁହାଯାଉଛି। ଏହି ଆମେରିକୀୟ କମ୍ପାନୀର ମୁଖ୍ୟ ଭାବରେ ଭାରତରେ ପରିଚାଳନା ରହିଛି। କମ୍ପାନୀ ଏହାର ଖର୍ଚ୍ଚ କମ୍‌ କରିବା ପାଇଁ ଅଫିସ୍‌ ପାଇଁ ନେଇଥିବା ଜାଗା ମଧ୍ୟ ଖାଲି କରିବାକୁ ପ୍ରସ୍ତୁତି ଚଳାଇଛି।

ସିଇଓ ରବି କୁମାର ଖର୍ଚ୍ଚ କମ୍‌ କରିବା ଏବଂ ହଜାର ହଜାର କର୍ମଚାରୀଙ୍କୁ ଛଟେଇ ବିଷୟରେ ଯୋଜନା ବିଷୟରେ କହିଛନ୍ତି। ଏତିକି ନୁହେଁ, ଖର୍ଚ୍ଚକୁ ଆହୁରି କମ୍ କରିବା ପାଇଁ କମ୍ପାନୀ ଅଫିସ୍‌ ସ୍ପେସ୍‌କୁ ୧.୧କୋଟି ବର୍ଗଫୁଟ ସ୍ଥାନ ଖାଲି କରିବାକୁ ଯୋଜନା ରଖିଥିବାନେଇ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.