scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେତେବେଳେ ନଡ଼ିଆ ପାଣି ପିଇବା ଉଚିତ୍, ସ୍ବାସ୍ଥ୍ୟ ପାଇଁ ହୋଇପାରେ କି କ୍ଷତିକାରକ !

14/06/2023 at 1:49 PM

ନୂଆଦିଲ୍ଲୀ ୧୪।୦୬: ଗରମ ଦିନରେ ଥଣ୍ଡା ପିଇବାର ମଜା ହିଁ କିଛି ଅଲଗା ହୋଇଥାଏ, ଯେମିତିକି ନଡ଼ିଆର ପାଣି । ଆପଣମାନେ ନଡ଼ିଆ ପାଣି ପିଇବାର ଫାଇଦା ତ ଜାଣିଛନ୍ତି, ପେଟକୁ ଥଣ୍ଡା କରିବା ସହିତ ଶରୀରକୁ ମଧ୍ୟ ଦେଇଥାଏ ଆରାମ । ଗରମ ଦିନେ ପଇଡ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ ।

ପଇଡ ପାଣି ଛଡା ତା’ ଭିତରେ ଥିବା ନାଳି ବା ମଲାଇ ବହୁତ ଲାଭକାରୀ ହୋଇଥାଏ । ଅଧିକାଂଶ ଲୋକେ ଏହାକୁ ପିଇବା ପରେ ଫିଙ୍ଗି ଦେଇଥାନ୍ତି । ଏହା ଭିତରେ ଥିବା ନାଳି ଖାଇ ନଥାନ୍ତି । ନଡିଆ ନାଳିରେ ଥିବା ଆଇରନ୍‌, ଫସଫରସ, ମାଙ୍ଗାନିଜ, ଜିଙ୍କ, ଏଣ୍ଟିଅକ୍ସିଡାଣ୍ଟ ଓ ଏଣ୍ଟିଇନଫ୍ଲାମେଟରୀ ତତ୍ତ୍ୱ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏହା ସହିତ ସେ ଜଳ ଶୂନ୍ୟତାକୁ ଦୂର କରିବା ଏବଂ ଚର୍ମ ପାଇଁ ମଧ୍ୟ ବହୁତ ଉପକାରୀ ଅଟେ । କିନ୍ତୁ ନଡ଼ିଆ ପାଣି କିଛି ଲୋକଙ୍କ କ୍ଷତି ମଧ୍ୟ କରିଥାଏ । ସଠିକ ସମୟରେ, ସଠିକ ଉପାୟରେ ଏବଂ ସଠିକ ପରିମାଣରେ ନଡ଼ିଆ ପାଣି ପିଇବା ଆବଶ୍ୟକ ।

ସୂଚନା ଅନୁଯାୟୀ ନଡ଼ିଆ ପାଣି ପିଇବା ଦ୍ୱାରା ନିମ୍ନ ରକ୍ତଚାପ, ବିଭିନ୍ନ ପେଟ ଯନ୍ତ୍ରଣା , ଥଣ୍ଡା-କାଶ-ଜ୍ୱର , ଓଜନ ବଢିବାର ମଧ୍ୟ ସମସ୍ୟା ଇତ୍ୟାଦି ଦେଖାଦେଇଥାଏ । ଏହାକୁ ଅଧିକ ପରିମାଣରେ ସେବନ କରିବା ଦ୍ୱାରା କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯେଉଁ ବ୍ୟକ୍ତି ମାନଙ୍କର ଠାରେ ସୁଗର ଭଳି ରୋଗ ଥାଏ,ସେମାନେ ପଇଡ଼ ପାଣି ପିଇବା ଉଚିତ ନୁହୋଁ

କାରଣ ଏହା ଦ୍ୱାରା ସୁଗରର ସ୍ତର ଶୀଘ୍ର ବଢିଥାଏ । ଯଦି ଶରୀରରେ କୌଣସି ତତ୍ୱ ବଢିଯାଏ ତେବେ ଶରୀରରୁ ପାଣି ସୁଖିବାରେ ଲାଗିଥାଏ । ଯାହାଫଳରେ କି ଡ଼ାଇରିଆ ହେବାର ସମ୍ଭାବନା ଥାଏ । ସାଧାରଣତଃ ସକାଳୁ ନଡିଆ ପାଣି ପିଇବା ହୋଇଥାଏ ଲାଭଦାୟକ ।

You Can Read:

   Related Posts