ପ୍ରତିଦିନ ପିଅନ୍ତୁ ପଇଡ଼ ପାଣି : ନିୟନ୍ତ୍ରଣରେ ରହିବ ରକ୍ତଚାପ, ମିଳିବ ଅନେକ ଫାଇଦା

Published By : Prameya-News7 Bureau | March 17, 2022 IST

ନୂଆଦିଲ୍ଳୀ ୧୭।୦୩ : ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଶେଷ କରି ଗ୍ରୀଷ୍ମ, ଋତୁରେ ଯେତେବେଳେ ଶରୀରରେ ଜଳର ଅଭାବ ଦେଖାଯାଏ, ସେତେବେଳେ ପଇଡ ପାଣି ପିଇବା ନିହାତି ଆବଶ୍ୟକ । ପଇଡ ପାଣି ପିଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ଏବଂ ଯକୃତକୁ ମଧ୍ୟ ସୁସ୍ଥ ରଖେ। ପଇଡ ପାଣିରେ ପ୍ରଚୁର ପରିମାଣ ପିଇବା ଦ୍ବାରା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମିଳିଥାଏ। ପ୍ରତିଦିନ ପଇଡ ପାଣି ପିଇବା ଦ୍ୱାରା ଶରୀରରୁ ଅନେକ ପ୍ରକାରର ବିଷାକ୍ତ ପଦାର୍ଥ ବାହାରିଥାଏ । ଏହା ସହ ହାର୍ଟକୁ ସୁସ୍ଥ ରଖେ ଏବଂ ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହା ବ୍ୟତୀତ ଓଜନ କମାଇବା ପାଇଁ ପଇଡ ପାଣି ମଧ୍ୟ ଖୁବ୍‌ ଲାଭଦାୟକ ।

ତେବେ ଚାଲନ୍ତୁ ଜାଣିବା ନଡ଼ିଆ ପାଣି ପିଇବାର କ’ଣ ଲାଭ ଜାଣ…

୧-ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ - ଯଦି ଆପଣ ଦିନକୁ ଥରେ କିମ୍ବା ଦୁଇଥର ପଇଡ ପାଣି ପିଅନ୍ତି, ତେବେ ଏହା ଆପଣଙ୍କ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ନଡ଼ିଆ ପାଣିରେ ପୋଟାସିୟମ୍ ଭରପୂର ମାତ୍ରାରେ ରହିଥାଏ । ଯାହା ରକ୍ତଚାପକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିଥାଏ ।

୨-ହାର୍ଟ ପାଇଁ ଉପକାରୀ- ପଇଡ ପାଣି କୋଲେଷ୍ଟ୍ରଲ ଏବଂ ଟ୍ରାଇ-ଗ୍ଲାଇସେରାଇଡ୍ ସ୍ତରକୁ ହ୍ରାସ କରିଥାଏ । ଏହାକୁ ନିୟମିତ ପିଇଲେ ରକ୍ତ ଜମାଟ ବାନ୍ଧିବା ଏବଂ ହୃଦଘାତ କିମ୍ବା ଷ୍ଟ୍ରୋକ ହେବାର ଆଶଙ୍କା କମିଯାଏ।

୩- ଓଜନ ହ୍ରାସ କରେ- ପଇଡରେ ଅନ୍ୟ ରସ ଅପେକ୍ଷା ଚିନି ଏବଂ କାର୍ବୋହାଇଡ୍ରେଟ୍ ବହୁତ କମ୍ ଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପଇଡ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ ଏବଂ ଏଥିରେ ଅଳ୍ପ ପରିମାଣର କାର୍ବୋହାଇଡ୍ରେଟ୍ ଥାଏ।

୪- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି - ପଇଡ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ପଇଡ ପାଣିରେ ପ୍ରାୟ ୬୦୦ ମିଲିଗ୍ରାମ୍‌ର ପୋଟାସିୟମ୍ ମିଳିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା -୧୯ର ରୋଗୀମାନେ ପଇଡ ପାଣି ପିଇବା ନିହାତି ଆବଶ୍ୟକ ।

୫- ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ- ବାନ୍ତି ଏବଂ ଝାଡା ହେଉଥିବା ସମୟରେ ପଇଡ ପାଣି ପିଇବା ନିହାତୀ ଜରୁରୀ । ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାକୁ ପିଇବା ଦ୍ବାରା ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.