କୁକୁଡା ଜିତିଲା, କିନ୍ତୁ ମାଲିକଙ୍କ ପ୍ରାଣ ଚାଲିଗଲା

Published By : Prameya-News7 Bureau | February 23, 2020 IST

ପୁରୁଲିୟା ୨୩।୨: ପଶ୍ଚିମବଙ୍ଗ ପୁରୁଲିୟାରେ ଦୁଇଟି କୁକୁଡା ମଧ୍ୟରେ ଲଢେଇ ଚାଲିଥିଲା । ମାତ୍ର ଜୀବନ ଚାଲିଗଲା ଲଢେଇରେ ଜିତିଥିବା କୁକୁଡା ମାଲିକର ଜୀବନ । ମୃତକ ହେଉଛନ୍ତି ୩୪ବର୍ଷ ବୟସ୍କ ଅସୀମ ମହତୋ ।

{"id":227951,"sizeSlug":"large"}

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ପୁରଲିଆ ଜିଲ୍ଲାର ରୁନ୍ଦ୍ରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପ୍ରତବର୍ଷ ପୁରୁଲିଆ ଜିଲ୍ଲାର ପାଲ ଗାଁରେ ପ୍ରସିଦ୍ଧ କୁକୁଡା ଲଢେଇର ଆୟୋଜନ କରାଯାଇଥାଏ । ପୁରୁଲିଆ ଜିଲ୍ଲା ସହ ଆଖପାଖ ଜିଲ୍ଲାର ଅନେକ ଲୋକ କୁକୁଡା ଲଢେଇ କରାଇବା ସହ ଦେଖିବାକୁ ଆସିଥାନ୍ତି ।

{"id":227952,"sizeSlug":"large"}

ଗୁରୁବାର ଦିନ ମଧ୍ୟ ଏହି ପାଲ ଗାଁରେ କୁକୁଡା ଲଢେଇର ଆୟୋଜନ କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ଲୋକ ଏହାକୁ ଦେଖିବାକୁ ଆସିଥିଲେ । ରୁନ୍ଦ୍ରା ଗାଁର ଅସୀମ ମଧ୍ୟ ନିଜ କୁକୁଡା ନେଇ ଏହି ଲଢେଇରେ ସାମିଲ ହେବା ଲାଗି ଆସିଥିଲେ ।

{"id":227953,"width":581,"height":320,"sizeSlug":"large"}

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଲଢେଇ ବେଳେ ଅସୀମର କୁକୁଡା ଜିତିଯାଇଥିଲା । ସେ ଜିତିଥିବା ତାଙ୍କ କୁକୁଡାକୁ ଧରି ପଡିଆରେ ଠିଆହୋଇଥିଲେ । ଲଢେଇ ବେଳେ କୁକୁଡାଙ୍କ ଗୋଡରେ ଛରୀ ବନ୍ଧା ଯାଇଥାଏ । ସେହି ଛୁରୀରେ ଅସୀମଙ୍କୁ ଆଘାତ ଲାଗିଥିଲା ।

{"id":227954,"sizeSlug":"large"}

ଆଘାତ ଲାଗିବା ପରେ ତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପୁରୁଲିୟା ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅସୀମଙ୍କ ପରିବାରଲୋକଙ୍କ ଅଭିଯୋଗ ଅନୁସାରେ କୁକୁଡାର ଗୋଡରେ ଯେଉଁ ଛୁରୀ ବନ୍ଧାଯାଇଥିଲା ସେଥିରେ କୌଣସି ବିଷ ଲଗାଯାଇଥିଲା । ଯାହା ଫଳରେ ସେଥିରେ ଆଘାତ ପାଇବା ପରେ ତାଙ୍କ ଶରୀରରେ ବିଷ ବ୍ୟାପିଯାଇଥିଲା । ସେଥିପାଇଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକ ସନ୍ଦେହ କରୁଛନ୍ତି ।

{"id":227956,"sizeSlug":"large"}

ଅସୀମଙ୍କ ମୃତ୍ୟୁ ପରେ ଏଭଳି ଅବୈଧ ଖେଳକୁ ନେଇ ପୋଲିସ-ପ୍ରଶାସନ ବିରୋଧରେ ପ୍ରଶ୍ନ ଉଠିଛି । କେବଳ କୁକୁଡା ଲଢେଇ ନୁହଁ ବରଂ ଏହି ଲଢେଇକୁ ନେଇ ଜୁଆ ଖେଳାଯାଇଥାଏ । କୁକୁଡା ଲଢେଇ ସମୟରେ ଦର୍ଶକ ଭିନ୍ନ ଭିନ୍ନ ରଙ୍ଗର କୁକୁଡା ଉପରେ ହଜାରେ ଟଙ୍କାର ବାଜି ଲଗାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.