କୁକୁଡ଼ା ଲଢ଼େଇ ଆଡ୍ଡାରେ ଚଢ଼ଉ; ୪ ଅଭିଯୁକ୍ତ ଗିରଫ, ଯୁଆ ଟଙ୍କା ଜବତ

Published By : Prameya-News7 Bureau | December 01, 2022 IST

ମାଲକାନାଗିରି ୦୧/୧୨: କୁକୁଡ଼ା ଗାଲୀରେ ଜୁଆ ଖେଳି ଦୁଇ ଗଞ୍ଜା କୁକୁଡାଙ୍କ ସହ ଚାରି ଜଣ ଜୁଆଡି ଥାନାରେ ଅଟକ। ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଆଦିବାସି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ସଦର ଥାନା ଅନ୍ତର୍ଗତ ଦୁମାଲିଗୁଡା ଗାଁରେ ବୁଧବାର କୁକୁଡ଼ା ଲଢେଇ ହେଉଥିଲା। ଏଥିରେ ଜୁଆଡିମାନେ ଅଧିକ ଟଙ୍କା ମଧ୍ୟ ଲଗାଇଥିଲେ। କୁକୁଡାଙ୍କ ଗୋଡ଼ରେ ଛୁରି ବାନ୍ଧି ଲଢେଇ କରା ଯାଉଥିଲା।

ଆଉ କୁକୁଡା ଗାଲିରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବାଜି ଲାଗୁଥିଲା। ଏହି ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୋଲିସ ଦୁମାଲିଗୁଡା ଗାଁର ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ପାଖରୁ ୨ ଟି ଲଢୁଆ ଗଞ୍ଜା କୁକୁଡା ସହ ୧୦ ଟି କୁକୁଡ଼ା ଗୋଡ଼ ଛୁରୀ ଓ ୪ ହଜାର ଟଙ୍କା ପୋଲିସ ଜବତ କରିଛି। ଅଧିକ ପଚରା ଉଚରା କରିବା ପରେ ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.