ପାରାଦୀପ ବନ୍ଦରରୁ ମିଳିଥିବା ସନ୍ଦିଗ୍ଧ ପ୍ୟାକେଟ୍‌ରେ କୋକେନ୍, ମୂଲ୍ୟ ୧୧ଶହ କୋଟି ଟଙ୍କା ସୂଚନା

Published By : Prameya-News7 Bureau | December 01, 2023 IST

ପାରାଦୀପ ୧।୧୨: ପାରାଦୀପ ବନ୍ଦର ପିଆଇସିଟି ବର୍ଥ MV DEBI ଜାହାଜ ଭିତରୁ ସନ୍ଦେହଜନକ ପ୍ୟାକେଟ୍ ମଧ୍ୟରୁ କୋକେନ୍ ମିଳିଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ୫୫ଟି ପ୍ୟାକେଟ୍ ଜବତ ହୋଇଛି । ଜାହାଜରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କାର୍ଯ୍ୟ ଚାଲିଛି । ଜବତ ୫୫ଟି ପ୍ୟାକେଟ କଷ୍ଟମ ବିଭାଗକୁ ହସ୍ତାନ୍ତର କରାଯାଇଛି । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା । ଜାହାଜରୁ ଜବତ ହୋଇଥିବା ପ୍ୟାକେଟ୍‌ରେ ୧୧ଶହ କୋଟି ଟଙ୍କାର କୋକେନ୍ ଥିବା ସୂଚନା ରହିଛି । କଷ୍ଟମ ବିଭାଗର ତଦନ୍ତ ସରିବା ପରେ ଏ ନେଇ ଅଧିକ ତଥ୍ୟ ଜଣାପଡିବ ।

ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆର ଗ୍ରେସକ୍ ପୋର୍ଟରୁ ଆସିଥିଲା ଏମଭି ଦେବୀ ନାମକ ଜାହାଜ । ଗତ ରାତିରେ ଏହା ପିଆଇସିଟି ଟର୍ମିନାଲରେ ଆଙ୍କରିଂ କରିଥିଲା । ମାଲ୍ ଅନଲୋଡିଂ କରି ପାରାଦୀପ ବନ୍ଦରରୁ ଷ୍ଟିଲ ବୋଝେଇ କରି ଡେନମାର୍କ ଯାଇଥାଆନ୍ତା । ହେଲେ ଏହାର କ୍ରେନ୍ ଖରାପ ହୋଇଯାଇଥିଲା । କ୍ରେନ୍ ଅପରେଟର ଯାଞ୍ଚ କରୁଥିବା ବେଳେ ଅପରେଟର ରୁମ୍ ଭିତରେ ଚୁମ୍ବକ ପଶି ଏକ ଓ୍ବାଲରେ କିଛି ପ୍ୟାକେଟ୍ ଲଗା ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ସିପିଙ୍ଗ ଏଜେଣ୍ଟ ଏବଂ କଷ୍ଟମ୍ ବିଭାଗକୁ ଜଣାଇଥିଲେ । ଖବର ପାଇ ଗତ ରାତିରେ CISF, ପାରାଦୀପ ପୋଲିସ୍‌, ଡଗ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ୮ଟି ସନ୍ଦିଗ୍ଧ ପ୍ୟାକେଟ୍ ଜବତ ହୋଇଥିଲା । ଆଜି ପୁଣି ଯାଞ୍ଚ ବେଳେ ମୋଟ ୫୫ ଟି ପ୍ୟାକେଟ୍ ମିଳିଛି । ଜବତ ସାମଗ୍ରୀର ଯାଞ୍ଚ ପାଇଁ ଭୁବନେଶ୍ବରରୁ କଷ୍ଟମ ବିଭାବ ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ସହ ପାରାଦୀପରେ ପହଞ୍ଚିଥିଲେ । ସବୁ ପ୍ୟାକେଟ ଯାଞ୍ଚ ପରେ ସେଥିରେ କୋକେନ ଥିବା ସ୍ପଷ୍ଟ ହୋଇଛି । ପ୍ରଥମଥର ପାଇଁ ପାରାଦୀପରୁ ଧରାପଡ଼ିଛି ଏତେ ପରିମାଣର କୋକେନ୍ ।

ବିଦେଶକୁ କୋକେନ୍ ଚାଲାଣରେ ଇଣ୍ଡୋସେନିଆର ପୁରୁଣା ରକେର୍ଡ ରହିଛି । ବାହାର ଦେଶରେ ବହୁବାର ଇଣ୍ଡୋନେସିଆ ଜାହାଜରୁ ଜବତ ହୋଇଛି ବିପୁଳ କୋକେନ୍ । ଡ୍ରଗ୍ସ ସହ ଅନେକ ଥର ବିଦେଶରେ ଧରାପଡିଛନ୍ତି ଇଣ୍ଡୋସେନିଆ ନାଗରିକ ।

ସେପଟେ ପାରାଦୀପ ବନ୍ଦର ଦେଇ ଏତେ ପରିମାଣର କୋକେନ୍ ବିଦେଶ ଚାଲାଣ ହେବାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ପୂର୍ବରୁ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ବିଦେଶୀ ମଦ ଆଉ ସିଗାରେଟ ଚାଲାଣ ବେଳେ ଧରା ପଡ଼ିଥିଲା । ଏବେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଏହି ରାସ୍ତା ଦେଇ କୋକେନ୍ ଚୋରା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି । ଏହା ପଛରେ ପୋର୍ଟର କେଉଁ ଅଧିକାରୀଙ୍କ ହାତ ରହିଛି, କିଏ ଏହି ନିଶା କାରବାର ସହ ସଂପୃକ୍ତ ତାହା ତଦନ୍ତ ସାପେକ୍ଷ ।

You Can Read :

wp:embed {"url":"https://www.prameyanews7.com/two-person-lost-his-life-wall-collapsed-in-sambalpur-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-person-lost-his-life-wall-collapsed-in-sambalpur-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.