scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହ୍ୱାଇଟ୍‌ ହାଉସ୍‌ରୁ ମିଳିଲା କୋକେନ୍‌, ମାମଲାର ତଦନ୍ତ କରୁଛି ସିକ୍ରେଟ୍ ସର୍ଭିସ ଟିମ୍

6/07/2023 at 12:37 PM

ୱାଶିଂଟନ ୦୬/୦୭: ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ ହାଉସରେ ରବିବାର ରାତିରେ ଧଳା ପାଉଡର ମିଳିଥିଲା । ତାହା କୋକେନ ବୋଲି ଜଣାପଡ଼ିଛି । ୱାଶିଂଟନ ପୋଷ୍ଟରେ ଏହି ଦାବି କରାଯାଇଛି । ଏହି ମାମଲାର ତଦନ୍ତ ସିକ୍ରେଟ ସର୍ଭିସ ଟିମ୍‌ କରୁଛି । ୩ ଦିନ ପୂର୍ବେ ଏହି ପାଉଡର ହ୍ୱାଇଟ ହାଉସ ପାଠାଗାରରୁ ମିଳିଥିଲା ।

ସୋମବାର ଏହାର ଯାଞ୍ଚ ଆରମ୍ଭ ହୋଇଥିଲା । ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ମୁତାବକ ମିଳିଥିବା ଧଳା ପାଉଡର ହେଉଛି କୋକେନ ହାଇଡ୍ରୋକ୍ଲାରାଇଡ । କୋକେନ ଜବତ ବେଳେ ରାଷ୍ଟ୍ରପତି ଜୋ ବାଇଡେନ୍‌ ସେଠାରେ ନ ଥିଲେ । ପରିବାର ସହ ସେ ସପ୍ତାହାନ୍ତ ଛୁଟି କଟାଇବାକୁ କ୍ୟାମ୍ପ୍‌ ଡେଭିଡରେ ଥିଲେ । ରାଷ୍ଟ୍ରପତି ବାଇଡେନଙ୍କ ବଡ଼ପୁଅ ୫୩ ବର୍ଷୀୟ ହଣ୍ଟରଙ୍କ ଉପରେ ସନ୍ଦେହ ବଢ଼ିବାରେ ଲାଗିଛି । ସେ ଡ୍ରଗ୍ସ ସେବନ କରୁଥିବା ପୂର୍ବରୁ ସ୍ୱୀକାର କରିସାରିଛନ୍ତି । ଶୁକ୍ରବାର ପିତାଙ୍କ ସହ ବୁଲିବାକୁ ଯିବା ପୂର୍ବରୁ ହଣ୍ଟର ହ୍ୱାଇଟ ହାଉସରେ ଥିଲେ ।

ମଙ୍ଗଳବାର ବାଇଡେନ ପରିବାର ହ୍ୱାଇଟ ହାଉସକୁ ଫେରିଥିଲା । ହଣ୍ଟର ନିଜ ପୁସ୍ତକ ‘ବିୟୁଟିଫୁଲ୍‌ ଥିଙ୍ଗ୍‌ସ’ରେ ଖୁଲାସା କରିଥିଲେ ଯେ ୨୦୧୫ରେ ତାଙ୍କ ଭାଇଙ୍କ ଦେହାନ୍ତ ପରେ ସେ କୋକେନ୍‌ କବଳରେ ପଡ଼ିଥିଲେ । ସେ ଏହାର ଅଭ୍ୟାସରେ ପଡ଼ିଯାଇଥିଲେ । ଏହାକୁ ଛାଡ଼ିବା ପାଇଁ ବର୍ଷେ ପର୍ଯ୍ୟନ୍ତ ଚିକିତ୍ସା କରାଇବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ମଧ୍ୟ ହଣ୍ଟର ବାଇଡେନ କୋକେନ ନେଉଥିବା କୁହାଯାଉଛି । ତାଙ୍କର କିଛି ଫଟୋ, ଟେକ୍ସଟ ମେସେଜ ଏବଂ ଚାଟିଂରୁ ଏହା ଜଣାପଡୁଛି ।

you can also read..

   Related Posts