ଗାନ୍ଧୀନଗର: ମୃଦୁ ପାନୀୟ ପ୍ରସ୍ତୁତକାରୀ କମ୍ପାନି କୋକାକୋଲାର ବଡ଼ ନିଷ୍ପତ୍ତି। ଗୁଜରାଟରେ ତିଆରି କରିବ ୩ ହଜାର କୋଟିର ପ୍ରତ୍ୟକ୍ଷ ନିବେଶ । ଏହି ପ୍ଲାଣ୍ଟ ଗୁଜରାଟର ଅହମଦାବାଦ ଠାରୁ ୨୨ କିମି ଦୂରରେ ଥିବା ସନାନ୍ଦ ଠାରେ ତିଆରି ହେବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସନାନ୍ଦ ଇଣ୍ଡଷ୍ଟ୍ରିଆଲ ଏରିଆ-୨ରେ ପ୍ଲାଣ୍ଟ୍ ପାଇଁ ୧.୬ ବର୍ଗ ମିଟରର ଜମି ବିତରଣ ମଧ୍ୟ ହୋଇସାରିଛି।
ତେବେ ଏହି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ କୋକାକୋଲାର ସହଭାଗୀ କମ୍ପାନି, ଇଣ୍ଟରନାସନାଲ ରିଫ୍ରେସମେଣ୍ଟ୍ସ ପ୍ରାଇଭେଟ ଲିମିଟେଡ (IRIPL) ଦ୍ବାରା ହେବ। ଏନେଇ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କୋକାକୋଲା ଏହାର ବଟଲିଂ ପାର୍ଟନର୍ସଙ୍କ ସହ ମିଶି ଗୁଜରାଟରେ ପୂର୍ବରୁ ହିଁ ଦୁଇ ଦୁଇଟି ବଡ଼ ନିବେଶ କରିଛି। ଆଉ ଏହି ନୂଆ ନିବେଶ ପାଇଁ ପ୍ରକ୍ରିୟା ତ୍ବରିତ ପର୍ଯ୍ୟାୟରେ ଜାରି ରହିଛି।
ଆହୁରି ପଢ଼ନ୍ତୁ: ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୭ ‘ସ୍ପାଏ ଲୋନ ଆପ୍’, ଆପଣଙ୍କ ସ୍ମାର୍ଟଫୋନରେ ନାହିଁ ତ!
ସେହିଭଳି କମ୍ପାନି ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବରେ ରୋବୋଟ୍ ଦ୍ବାରା ପରିଚାଳିତ ହେବ। ଏହି ପ୍ଲାଣ୍ଟର ନିର୍ମାଣ ସମୟରେ ପ୍ରାୟ ୧ ହଜାର ଶ୍ରମିକ ନିୟୋଜିତ ହେବେ। ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହେବାପରେ ଏଥିରେ ୪୦୦ ଲୋକ ନିଯୁକ୍ତି ମିଳିବ।
ତେବେ ଏହି ନୂତନ ନିବେଶ ଫଳରେ ସପ୍ଲାୟର, ଫ୍ଲେଭର ପ୍ରଡ୍ୟୁସର, ଇଞ୍ଜିନିୟରିଂ ସେବା, କଞ୍ଚାମାଲ ଏବଂ ଅଟୋମେସନ ସେକ୍ଟର ବୃଦ୍ଧି ହେବ। ଏମିତିରେ ପୂର୍ବରୁ କୋକାକୋଲା ଦ୍ବାରା ଦୁଇ ଲକ୍ଷ ରିଟେଲର ଏବଂ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ୧ ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିଛି।
ଆହୁରି ପଢ଼ନ୍ତୁ: ଚାରି ମାସରେ ପ୍ରଥମ ଥର ୬୦୦ ବିଲିୟନ ଡଲାର ଟପିଲା ବିଦେଶୀ ମୁଦ୍ରା ଭଣ୍ଡାର