ଭଦ୍ରକରେ ବଢି ବଢି ଚାଲିଛି ନାଗ ସାପଙ୍କ ସଂଖ୍ୟା, ଦକ୍ଷ ସାପଧରାଳୀ ନଥିବା ଅଭିଯୋଗ

Published By : Prameya-News7 Bureau | March 01, 2020 IST

ଚାନ୍ଦବାଲି ୧।୩: ଭଦ୍ରକରେ ନାଗସାପଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ବୈତରଣୀ ନଦୀ ସଂଲଗ୍ନ ଚାନ୍ଦବାଲି, ବାସୁଦେବପୁର, ତିହିଡିରେ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଓ ବନ୍ୟା ବାତ୍ୟା ଯୋଗୁ ପାହାଡରୁ ସାପମାନେ ବନ୍ୟା ପାଣିରେ ଭାସିଆସୁଛନ୍ତି ।

ସେହିପରି ମାଟିର ଆଦ୍ରତା ସାପମାନଙ୍କ ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଥିବା ବନବିଭାଗ ଓ ପରିବେଶ କହିଛନ୍ତି । ଗତ ୩ ବର୍ଷରେ ଜିଲ୍ଲାର ୬ଟି ବ୍ଲକରୁ ୨ ହଜାରରୁ ଅଧିକ ସାପ ଉଦ୍ଧାର କରାଯାଇଛି । ସାପ ଦଂଶନରେ ୧୧୨ ଜଣ ଲୋକ ଓ ୪୪ ପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ସରକାରୀ ସୂଚନା ରହିଛି ।

ବନବିଭାଗ ଅଧୀନରରେ ସ୍ଥାୟୀ ଓ ଦକ୍ଷ ସାପଧରାଳୀ ନଥିବା ଅଭିଯୋଗ ହୋଇଛି । ଉଦ୍ଧାର ସାପଙ୍କୁ ଛୋଟବଡ ଜଙ୍ଗଲରେ ନଛାଡି ଭିତରକନିକା ଅଭୟାରଣ୍ୟ କିମ୍ବା କାଳିଭଡିଆଁ ଜଙ୍ଗଲରେ ସୁରକ୍ଷିତ ଭାବରେ ଛଡାଯିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.