ଏଟିଏମରେ ନାଗ ସାପ, ଭୟରେ ଦୌଡି ପଳାଇଲେ ଲୋକେ

Published By : Prameya-News7 Bureau | May 09, 2020 IST

ଲକ୍ଷ୍ନୌ, ୦୯|୦୫:  ଉତ୍ତର ପ୍ରଦେଶର ଗାଜିଆବାଦ ଗୋବିନ୍ଦପୁରରେ ଥିବା ଏକ ଏଟିଏମ ଭିତରେ ନାଗସାପ ପସିଯିବାରୁ ଆତଙ୍କ ଖେଳିଯାଇଛି । ପରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଥିଲେ ।

ସୂଚନାନୁସାରେ, ଗୁରୁବାର ଗୋବିନ୍ଦପୁରରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମକୁ କିଛି ବ୍ୟକ୍ତି ସକାଳେ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ତେବେ ଏଟିଏମ ମେସିନ୍ ଉପରେ ହିଁ ଏକ ନାଗସାପ ଫଣା ଟେକି ରହିଥିଲା । ଯାହାକୁ ଦେଖିବା ପରେ ଟଙ୍କା ଉଠାଇବା ପାଇଁ ଯାଇଥିବା ଲୋକମାନେ ଭୟରେ ବାହାରକୁ ପଳାଇ ଆସିଥିଲେ । ଏହି ଖବର ବ୍ୟାପିବା ପରେ ସେଠାରେ ଲୋକଙ୍କ ଗହଳିଚହଳି ଦେଖିବାକୁ ମିଳିଥିଲା ।

ସେଠାରେ କିଛି ବ୍ୟକ୍ତି ଏନେଇ କେନ୍ଦ୍ର ରାଜ୍ୟମନ୍ତ୍ରୀ ତଥା ସ୍ଥାନୀୟ ଅଞ୍ଚଳର ସାଂସଦ ବିକେ ସିଂଙ୍କୁ ଫୋନ କରି ଜଣାଇଥିଲେ । ମାମଲାର ଗମ୍ଭୀରତାକୁ ଦେଖି ସାଂସଦ ବନ କର୍ମଚାରୀ ଓ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ତେବେ ବହୁ କଷ୍ଟରେ ସାପକୁ ଉଦ୍ଧାର କରାଯାଇଥିଲା । ସାପଟି ଉଦ୍ଧାର ହେବା ପରେ ଲୋକମାନେ ପୁଣି ଏଟିଏମରୁ ଟଙ୍କା ଉଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.