previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

କାଳବୈଶାଖୀ ବର୍ଷାରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ତାତିରୁ ଆଶ୍ଵସ୍ତି, ତତଲା କଡେଇରେ ସୁବର୍ଣ୍ଣପୁର

22/05/2022 at 9:59 PM

ଭୁବନେଶ୍ଵର: ରାଜ୍ୟରେ ପାଗରେ ଦେଖିଦେଇଛି କିଛିଟା ପରିବର୍ତ୍ତନ । ୩ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଉପକୂଳ ଓ ଉତ୍ତର ଓଡ଼ିଶା ବାସୀ କାଳବୈଶାଖୀ ବର୍ଷାରେ କିଛିଟା ଆଶ୍ବସ୍ତି ଲାଭ କରିଛନ୍ତି । ହେଲେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଦେଖିବାକୁ ମିଳିଛି । ୨୪ ତାରିଖ ପରଠୁ ରାଜ୍ୟରେ କାଳବୈଶାଖୀ ଅଧିକ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପୂର୍ବରେ ବର୍ଷା, ପଶ୍ଚିମରେ ତାତି ।  ଗତ ୨୪ ଘଣ୍ଟାରେ କାଳବୈଶାଖୀ ପ୍ରଭାବରେ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ସହ ତାତିରୁ କିଛିଟା ଆଶ୍ବସ୍ତି ମିଳିଛି । କିନ୍ତୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବୌଦ୍ଧ , ସୁବର୍ଣ୍ଣପୁର ବଲାଙ୍ଗିର ଆଦି ସ୍ଥାନରେ ତପମାତ୍ରା ୪୪ ଡିଗ୍ରୀ ଛୁଇଁଛି । ତତଲା କଡେଇରେ ପରିଣତ ହୋଇଛି ସୁବର୍ଣ୍ଣପୁର ।  ତାପମାତ୍ରା ୪୪ ଡିଗ୍ରୀ ତଳକୁ ଖସୁନାହିଁ I ଖରାର ପ୍ରକୋପ ଏତେ ଯେ ଗାଡିର ବନେଟ୍‌ରେ ରୁଟି ତିଆରି ହୋଇଯାଉଛି I ସକାଳ ୯ ଟାରୁ ରାସ୍ତାଘାଟ ଖାଁ ଖାଁ ଲାଗୁଛି । ଜରୁରୀ କାମ ପାଇଁ ଆସୁଥିବା ଲୋକ ମୁଣ୍ଡରେ ଗାମୁଛା, କଳା ଚଷମା , ଟୋପି ଆଦି ପିନ୍ଧି ବାହାରୁଛନ୍ତି । ଥଣ୍ଡା ପାଣି, ଲସି ସରବତ ଦୋକାନରେ ଭିଡ ଦେଖିବାକୁ ମିଳୁଛି। ଅନ୍ୟପଟେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସମାନ ସ୍ଥିତ ବି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।

ସେପଟେ କାଳବୈଶାଖୀ ପାଇଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଘସିପୁରା ଠାରେ ସର୍ବାଧିକ ୬୨.୧ ମିଲିମିଟର, ଯାଜପୁର କୋରେଇରେ ୫୬.୨, ଦାନାଗାଦିରେ ୫୬, ଭୁବନେଶ୍ବରରେ ୩୬.୨, କଟକରେ ୩୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।  ମୌସୁମୀ ଆସିବା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ଏଭଳି ରହିବ । ୨୪ ତାରିଖ ପରଠୁ ରାଜ୍ୟରେ ବେଶୀ କାଳବୈଶାଖୀ ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ରାୟଗଡା, କୋରାପୁଟ, ଗଞ୍ଜାମ, ଗଜପତି, ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ।

ବାୟୁମଣ୍ଡଳ ଉପରି ଭାଗରେ ଦକ୍ଷିଣପଶ୍ଚିମ ଉତ୍ତରପ୍ରଦେଶରୁ ଝାଡ଼ଖଣ୍ଡ ଯାଏ ଏକ ଟ୍ରପ ଲାଇନ୍ ଅଛି।  ଓଡିଶା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଥିବାରୁ ଏହାର ପ୍ରଭାବରେ କାଳବୈଶାଖୀ ହେବ। ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ।

   Related Posts